ଓଡିଶା

ମେରା ଯୁବ ଭାରତ ଉଦ୍ଯମରେ ସେବା ପକ୍ଷ ୨୦୨୬ ପାଳିତ

ରାଇରଙ୍ଗପୁର : ୩୦\୯\୨୬  ମୟୂରଭଞ୍ଜ( ଶ୍ଯାମଳେନ୍ଦୁ ପରିଡା)  ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ‘ମେରା ଯୁବ ଭାରତ’ ଉଦ୍ୟମରେ ‘ସେବା ପକ୍ଷ ୨୦୨୬’ ପାଳିତ ହୋଇଯାଇଛି। କୁସୁମୀ ବ୍ଲକର ଝିପାବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଖରୀଆ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ମେରା ଯୁବ ଭାରତ’ର ସ୍ବେଚ୍ଛାସେବୀମାନେ ହାତରେ ଗ୍ଲୋବସ୍ ପିନ୍ଧି ବିଦ୍ୟାଳୟ ପରିସର ଏବଂ ଏହାର ଚାରିପାଖକୁ ସମ୍ପୂର୍ଣ୍ଣ ରୂପେ ସଫା ସୁତୁରା କରିବା ସହିତ ବୃକ୍ଷ ରୋପଣ କରିଥିଲେ। ଏଥିରେ ପୋଖରୀଆ ଗ୍ରାମର ୱାର୍ଡ ମେମ୍ବର ସୁରେଖା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁସୁମୀ ବ୍ଲକ ମେରା ଯୁବ ଭାରତର ସ୍ବେଚ୍ଛାସେବୀ ଚିନ୍ମୟ ବାରିକ ଏବଂ ଦେବଦାସ ପାତ୍ର ମହତ୍ତ୍ୱ ପ୍ରଦାନ କରୁଥିବାବେଳେ ଆୟୋଜିତ ଏହି ସେବାକାର୍ଯ୍ୟରେ ୪୩ରୁ ଊର୍ଦ୍ଧ୍ବ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇ ଏହି ସଚେତନ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।

 

ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button