ଭୁବନେଶ୍ୱର ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ସମର କ୍ରାନ୍ତି ସେନା ପକ୍ଷରୁ ଗାନ୍ଧିଜୀ ଓ ଶାସ୍ତ୍ରୀଜ ଜୟନ୍ତୀ ପାଳିତ

ଭୁବନେଶ୍ୱର (ବିନାୟକ ନିୟୁଜ୍) ଆଜି ପଵିତ୍ର ଗାନ୍ଧିଜୀ ଓ ଶାସ୍ତ୍ରିଜୀ ଜୟନ୍ତୀ ଅବସରରେ ଜନତା ମୈଦାନ ଗାନ୍ଧିଜୀଙ୍କ ମୂର୍ତ୍ତି ଠାରେ ଭୁବନେଶ୍ୱର ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ସମର କ୍ରାନ୍ତି ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଓ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା! ଏଥିରେ ବିଶିଷ୍ଠ ସର୍ବୋଦୟ ସଂଗଠକ ୱାର୍ଦ୍ଧା ଗାନ୍ଧିଜୀଙ୍କ ଆଶ୍ରମ ର ରାଷ୍ଟ୍ରୀୟ ସମ୍ପଦକ ଶ୍ରୀଯୁକ୍ତ ଗୌରାଙ୍ଗ ମହାପାତ୍ର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ଭୁବନେଶ୍ୱର ଜିଲ୍ଲା ସର୍ବୋଦୟ ମଣ୍ଡଳ ର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାପାତ୍ର, ସମାଜଆଇନା ଦୈନିକ ଖବରକାଗଜ ର ସମ୍ପଦକ ମନୋଜ ସେଠ୍,ଦୈନିକ ଖବରକାଗଜ ପ୍ରତିକାର ର ପ୍ରତିଷ୍ଠାତା ସମ୍ପାଦକ ଶୁଭାଶିଷ ମିଶ୍ର,ଗାନ୍ଧିବାଦୀ ନୀଳମାଧଵ, ଶଙ୍କର ଶଣ ବେହେରା, ପ୍ରଭାତ ବାରିକ, ହେମନ୍ତ ସ୍ବାଇଁ, ଦୁଷ୍ମନ୍ତ ବେହେରା, ବାସୁଦେବ ପରିଡା, ଆରତ ବନ୍ଧୁ ବେହେରା,ବିଦ୍ୟାଧର ମହାପାତ୍ର,ଅଜୀତ ସାହୁ, ପ୍ରତ୍ୟୁଷ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କହିଥିଲି ଗାନ୍ଧିଜୀ ସାହାସ, ନମ୍ରତା, ସେବା ଓ କରୁଣା ଶକ୍ତିର ମାର୍ଗ ଦେଖାଇଥିବା ବେଳେ ଶାସ୍ତ୍ରିଜୀଙ୍କ ଜୀବନ ଓ ନେତୃତ୍ୱ ଏକ ସଶକ୍ତ ଏବଂ ଆତ୍ମ ନିର୍ଭରର ରାଷ୍ଟ୍ର ନିର୍ବାଣ ଲାଗି ଅନୁପ୍ରାଣିତ କରିଥିଲା!ଏଥିପାଇଁ ଗାନ୍ଧିଜୀ ଓ ଶାସ୍ତ୍ରୀଜଙ୍କ ଉଦ୍ଦ୍ୟଶରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ! ସର୍ବଶେଷରେ ସମର କ୍ରାନ୍ତି ସେନା ଓ ଓଡିଶା ମଜଦୂର ମଞ୍ଚ ର ସମ୍ପାଦକ ଡ଼କ୍ଟର ପ୍ରମୋଦ କିଶୋର ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ !



