ଓଡିଶା

ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ

କେନ୍ଦ୍ରାପଡ଼ା SDJM କୋର୍ଟ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ଜାମିନ ମଞ୍ଜୁର କରିଛନ୍ତି।ଜାମିନ ସର୍ତ୍ତ: ୩୦,୦୦୦ ଟଙ୍କାର ବଣ୍ଡ ଏବଂ ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ମୁକ୍ତି ମିଳିଛି।ମାମଲା: ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା।ପୂର୍ବ ସ୍ଥିତି: ଜୁନ୍ ୧୩ ରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ୍ ପଠାଯାଇଥିଲା।

କେନ୍ଦ୍ରାପଡ଼ା – ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଜେଲ୍‌ ଯାଇଥିବା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କୁ ଆଜି( ମଙ୍ଗଳବାର) ଜାମିନ ମିଳିଛି। ମାମଲାର ଶୁଣାଣି କରି ଜେଏମ୍‌ଏଫ୍‌ସି କୋର୍ଟ ବିଚାରପତି ତାଙ୍କୁ ଜାମିନ୍‌ ଦେଇଛନ୍ତି। ଗୋଟିଏପଟେ ଏହି ଘଟଣାରେ ବିରୋଧୀ ବିଜେଡି ଓ କ˚ଗ୍ରେସ ସରକାରଙ୍କୁ କାଠଗଡ଼ାକୁ ଟାଣୁଥିବା ବେଳେ ଆଜି ଚାମେଲିଙ୍କୁ ଜାମିନ୍‌ ତାଙ୍କ ସମର୍ଥକଙ୍କୁ ଆଶ୍ବସ୍ତ ଦେଇଛି

ଆଜି ଅଦାଲତ ୩୦ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଚାମେଲିଙ୍କୁ ଜାମିନ୍‌ ମିଳିଥିବା ସୂଚନା ମିଳିଛି। ଏହି ମାମଲାକୁ ଆଇନଜୀବୀ ରମାକାନ୍ତ କାନୁନ୍‌ଗୋ ଓ ରବିନାରାୟଣ ମହାନ୍ତି ପରିଚାଳନା କରୁଛନ୍ତି।ମହାକାଳପଡ଼ା ଥାନା ଏସ୍‌ଆଇ ତପସ୍ବିନୀ ବିଶ୍ବାଳଙ୍କ ଅଭିଯୋଗକ୍ରମେ ଗତ ୧୩ତାରିଖରେ ପୁଲିସ ଜିଲ୍ଲା ହସ୍ପିଟାଲ୍‌ରୁ ଚିକିତ୍ସାଧିନୀ ଅବସ୍ଥାରେ ଚାମେଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏସ୍‌ଆଇ ଅଭିଯୋଗ କରିଥିଲେ ଯେ ଗାଡ଼ିରେ ଚାମେଲିଙ୍କୁ ଥାନାକୁ ଅଣାଯାଉଥିବା ବେଳେ ସେ ତାଙ୍କ ହାତକୁ କାମୁଡ଼ି ଦେବା ସହିତ ଅନ୍ୟ ଦୁଇ ମହିଳା ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଖସି ପଳାଇବାକୁ ଉଦ୍ୟମ କରିଥିଲେ।

ପୁଲିସ ଏହି ଘଟଣାରେ ବିଏନ୍‌ଏସ୍‌ର କଠୋର ଦଫା ଲଗାଇ ଅସୁସ୍ଥ ଅବସ୍ଥାରେ ଚାମେଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ହସ୍ପିଟାଲ୍‌ରୁ ଜେଲ୍‌ ନେବା ବାଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ପୁଣି ଜିଲ୍ଲା ହସ୍ପିଟାଲ୍‌କୁ ଫେରାଇ ଅଣାଯାଇଥିଲା। ସେବେଠୁ ଚାମେଲି ମେଡିକାଲ୍‌ର ୪ର୍ଥ ମହଲା ୧୫ନମ୍ବର କ୍ୟାବିନ୍‌ରେ ଚିକିତ୍ସାଧିନ ଅଛନ୍ତି।ଅନ୍ୟପକ୍ଷରେ ମହାକାଳପଡ଼ା ବିଡିଓ ଅଭିଯୋଗ ଆଧାରରେ ପୁଲିସ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କ ଗିରଫ କରିଥିଲା। ଏହି ମାମଲାରେ ମଧ୍ୟ ଚାମେଲି ଅଭିଯୁକ୍ତ ଅଛନ୍ତି।

 

 

 

Related Articles

Leave a Reply

Your email address will not be published. Required fields are marked *

Back to top button