ଓଡିଶା

୧୬ ମାସର ଶିଶୁ କନ୍ୟା ତ୍ରିଶିକାଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଲେ ରାଇରଙ୍ଗପୁର ସହରର ରାଇରଙ୍ଗପୁର ବ୍ଲକ କର୍ମଚାରୀ

ରାଇରଙ୍ଗପୁର: ୪\୧୦\୨୬(ଶ୍ଯାମଳେନ୍ଦୁ ପରିଡା) ଯାଜପୁର ଜିଲ୍ଲାର ୧୬ ମାସର ଶିଶୁ କନ୍ୟା ତ୍ରିଶିକା ରାୟ ଏକ ଦୁର୍ଲଭ ତଥା ଗୁରୁତର ସ୍ନାୟୁଗତ ରୋଗ SMA Type-2 (Spinal Muscular Atrophy Type-2) ରେ ପୀଡ଼ିତ ଅଛନ୍ତି। ତାଙ୍କର ଜୀବନ ରକ୍ଷା ପାଇଁ ଏକ ଦାମୀ ଇଞ୍ଜେକ୍ସନ୍‌/ଚିକିତ୍ସା ଆବଶ୍ୟକ ହେଉଥିବା ବେଳେ, ଏଥିପାଇଁ ପ୍ରାୟ ୧୬ କୋଟି ଟଙ୍କାର ବଡ଼ ଅର୍ଥରାଶି ଆବଶ୍ୟକ ହେଉଛି।

ଏହି ଦୁଃଖଦ ସମୟରେ ତ୍ରିଶିକାଙ୍କ ଜୀବନ ବଞ୍ଚାଇବା ପାଇଁ ରାଇରଙ୍ଗପୁର ଅଞ୍ଚଳର କିଛି ସଚେତନ ଯୁବକ ଓ ସାମାଜିକ କର୍ମୀମାନେ ରାସ୍ତାଘାଟ ଓ ବଜାରରେ ସଚେତନତା ପୋଷ୍ଟର ଏବଂ ଦାନ ବାକ୍ସ (Donation Box) ଧରି ସାଧାରଣ ଜନତାଙ୍କଠାରୁ ଅର୍ଥ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି। “ଛୋଟ ତ୍ରିଶିକାଙ୍କ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟର ହାତ ବଢ଼ାନ୍ତୁ” ବୋଲି ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ସେମାନେ ନିବେଦନ କରୁଛନ୍ତି।

ସାହାଯ୍ୟ କରିବା ପାଇଁ ଅପିଲ୍:

ତ୍ରିଶିକାଙ୍କ ଚିକିତ୍ସା ପାଇଁ ଯଥାସମ୍ଭବ (₹୫, ₹୧୦, ₹୫୦ କିମ୍ବା ଅଧିକ)ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା l

ତ୍ରିଶିକାଙ୍କ ଚିକିତ୍ସା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବାରୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗର ହାତ ବଢ଼ାଇବାକୁ ବ୍ଲକ କର୍ମଚାରୀମାନେ ଅନୁରୋଧ କରିଥିଲେ।

ଏହି ଅଭିଯାନରେ ବ୍ଲକର ବହୁ କର୍ମଚାରୀ ସାମିଲ ହୋଇ ଲୋକଙ୍କୁ ସଚେତନ କରିବା ସହ ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହଯୋଗ ରାଶି ସଂଗ୍ରହ କରିଥିଲେ। ଶିଶୁଟିର ଜୀବନ ରକ୍ଷା ପାଇଁ ଆୟୋଜିତ ଏହି ଅଭିଯାନକୁ ସ୍ଥାନୀୟ ଲୋକେ ମଧ୍ୟ ସ୍ୱାଗତ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିଥିଲେ।

ଗୋଟିଏ ଛୋଟ ଶିଶୁର ଜୀବନ ବଞ୍ଚାଇବା ପାଇଁ ଆଜି ଆବଶ୍ୟକ ସମସ୍ତଙ୍କ ସହଯୋଗ। ତ୍ରିଶିକାଙ୍କ ଚିକିତ୍ସା ପାଇଁ ରାଇରଙ୍ଗପୁରବାସୀଙ୍କ ସମେତ ସମସ୍ତଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରିବାକୁ ବ୍ଲକ କର୍ମଚାରୀମାନେ ଅନୁରୋଧ କରିଛନ୍ତି।

ମାନବିକତାର ଏହି ପ୍ରୟାସ ନିଶ୍ଚିତ ଭାବେ ତ୍ରିଶିକାଙ୍କ ପରିବାର ପାଇଁ ଏକ ବଡ଼ ଆଶାର କିରଣ ସୃଷ୍ଟି କରିଛି l

Related Articles

Leave a Reply

Your email address will not be published. Required fields are marked *

Back to top button