ଓଡିଶା

ମୟୂରଭଞ୍ଜ ଜିଲ୍ଲା (ପଶ୍ଚିମ) କଂଗ୍ରେସ ଦଳର ସମସ୍ତ ବ୍ଲକ ଓ ମ୍ଯୁନିସିପାଲିଟିରେ ଶାନ୍ତିଶୁଙ୍ଖଳା ସହିତ ଓଡିଶା ବନ୍ଦ ସଫଳ ହେଲା

ରାଇରଙ୍ଗପୁର /08/10/26):ଆଜି କଂଗ୍ରେସ ଦଳର ଇଣ୍ଡିଆ ଗଠବନ୍ଦନ ପକ୍ଷରୁ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିଲା, ତାହା ସମ୍ପୂର୍ଣ ବାମନଘାଟି ରାଇରଙ୍ଗପୁର ଉପଖଣ୍ଡର ଶାନ୍ତିପୁର୍ଣ ଓ ଶୁଙ୍ଖଳିତ ଭାବରେ ସମ୍ପନ୍ନ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ମ୍ଯୁନିସିପାଲିଟି ର ସମସ୍ତ ଦେକାନ ବଜ଼ାର, ସ୍କୁଲ କଲେଜ, ସରକାରୀ ବେସରକାରୀ, ବ୍ଯାଙ୍କ, ବ୍ଲକ ଅଫିସ, ତହସିଲ ଓ ରାଜ୍ୟ ସରକାରଙ୍କର ସମସ୍ତ କାର୍ଯ୍ୟାଳୟ ଗୁଡ଼ିକ ସମ୍ପୂର୍ଣ ଭାବରେ ବନ୍ଦ ପ୍ରଭାବରେ ରହିଥିଲା। ଏହି ବନ୍ଦରେ ପୁର୍ବତନ ବିଧାୟକ ଲଷ୍ମଣ ମାଝୀ, ପ୍ରହ୍ଲାଦ ପୂର୍ତ୍ତି, ଶ୍ୟାମଚରଣ ହାଁସଦାଃ, ଜିଲ୍ଲା ଉପସଭାପତି ବସନ୍ତ ପଟ୍ଟନାୟକ, ଜିଲ୍ଲା କାର୍ଯ୍ଯାଳୟ ସମ୍ପାଦକ ରୂପକ ମହାନ୍ତି, ବରିଷ୍ଟ ନେତା ବିଡାର ମାଝୀ, ଲୋକୁଚରଣ ଦାସ ରାଇରଙ୍ଗପୁର ନଗର ସଭାପତି ଅମର ପ୍ରଧାନ ଦେଓ ହେମ୍ବ୍ରମ, ରାଇରଙ୍ଗପୁର ବ୍ଲକ ସଭାପତି ସୀମାଲ ମାଝୀ, ଯୁବ ନେତା ପିଥ ମୁର୍ମୁ, ଟାଉନ କୋଷାଧକ୍ଷ କୌଶିକ କଶ୍ୟପ ମହାନ୍ତି, ଭଜହରି ମହାନ୍ତ, ଲେବର ୟୁନିୟନ ଜିଲ୍ଲା ସଭାପତି ଅମର ମହାନ୍ତ, କୁଷକମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର ମହାନ୍ତ ଓ ଶତାଧିକ କର୍ମକର୍ତ୍ତାମାନେ ଯୋଗ ଦେଇ ବିଭିନ୍ନ ସ୍ଥାନରେ ଯାଇ ପିକେଟିଙ୍ଗ କରି ବନ୍ଦ କୁ ସଫଳତା ର ସହ ସମ୍ପନ୍ନ କରିଥିଲେ। ଏହି ବନ୍ଦରେ ଟାଟା ବାଦାମ ପାହାଡ଼ ପାସେଞ୍ଜର ଟ୍ରେନ ଆଂଶିକ ଭାବରେ ପ୍ରଭାବ ପଡ଼ି ଥିଲା, ଗୋରୁମହିଷଣୀ ଠାରେ କିଛି ସମୟ ଟ୍ରେନକୁ ଅଟକ ରଖାଯାଥିଲା। ସେହି ଭଲି ତିରିଙ୍ଗ ବ୍ଳକରେ ଜାତୀୟ ରାଜପଥ ୨୨୦-ନମ୍ବର ସମ୍ପୂର୍ଣ ଭାବରେ ବ୍ଳକ କଂଗ୍ରେସ ସଭାପତି ଭାଗିରଥି ପାତ୍ର ଙ୍କ ନେତୃତ୍ୱରେ ବନ୍ଦ କୁ ସଫଳ କରିଥିଲେ। ଜିଲ୍ଲା ସମ୍ପାଦକ ମହମ୍ମଦ ଅଲ୍ଲୀ ଖାନ, ଶଙ୍କର କ୍ଷେତ୍ରୀ, ଅନୁପ ସୋରେନ, ରଘୁନନ୍ଦନ ସାହୁ ଉପସ୍ଥିତ ଥିଲେ l ବହଳଦା ବ୍ଳକର ସଭାପତି ଅଲୋକ କୁମାର ବରାଳ ଓ ବରିଷ୍ଟ ନେତା ଯୋଗେନ୍ଦ୍ର ବାନରା, ଜିଲ୍ଲା ସମ୍ପାଦକ ହରିଚରଣ ସାହୁ, ବ୍ଲକ ଉପସଭାପତି ଅସିତ ସାମନ୍ତରାୟ, ଅଭିନବ ମହାନ୍ତି, ୨୫ନଂ ଜୋନ ସଭାପତି ଯଦୁ ସୋରେନ, ୨୬ନଂ ଜୋନ ସଭାପତି ଅଜିତ ମହାନ୍ତ, ବିଶିଷ୍ଟ ନେତା ସେନ ଟୁଡୁ , ସୁପାଇ ମାର୍ଣ୍ଡି, ଶ୍ଯାମୁ ଡଗରା, ବୁବୁନ ଦାସ ସମେତ ବହୁ କର୍ମକର୍ତ୍ତାଙ୍କ ନେତୃତ୍ୱରେ ବନ୍ଦକୁ ଶାନ୍ତି-ଶୃଙ୍ଖଳା ସହିତ ସମ୍ପନ୍ନ କରାଯାଇଥିଲା।

ଯାମଦା ବ୍ଲକ କଂଗ୍ରେସ ସଭାପତି ସଭ୍ଯସାଚୀ ଖୁଣ୍ଟିଆ, ମାନସିଂହ ସୋରେନ, ହେଲେନା ବାଗେ, ଧୀରାଇ ସୋରେନଙ୍କ ନେତୃତ୍ୱରେ ବନ୍ଦକୁ ସଫଳ କରାଯାଇଥିଲା । କୁସୁମୀ ବ୍ଲକ କଂଗ୍ରେସ ସଭାପତି ଭରତ ଚନ୍ଦ୍ର ବାରିକ, ବିଜାତଳା ବ୍ଲକ ସଭାପତି ନିଶାକର ପାତ୍ର, ଭୀମସେନ ଟୁଡୁ, ଆଦିବାସୀ କଂଗ୍ରେସ ଜିଲ୍ଲା ସଭାପତି ବେରେଲ ସିରକା ଓ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇ ବନ୍ଦ କୁ ସଫଳତା ସହ ସମ୍ପନ୍ନ କରାଯାଇଥିଲା l

ଏହି ଓଡିଶା ବନ୍ଦ ଡାକରାରେ ସବୁ ବ୍କଳ ଅଞ୍ଚଳରେ ସବୁ ପ୍ରକାରର ସହଯୋଗ ଜନସମର୍ଥନ ପାଇଁ ଇଣ୍ଡିଆ ଗଠବନ୍ଦନ ପକ୍ଷରୁ ବନ୍ଦ କୁ ସହଯୋଗ କରି ସଫଳତାର ସହ ସମ୍ପନ୍ନ କରାଇଥିବାର ସମସ୍ତ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଦଳ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button