ଓଡିଶାସ୍ୱାସ୍ଥ୍ୟ

ପତଞ୍ଜଳି ଯୋଗ ସମିତି, ସୁବର୍ଣ୍ଣପୁର ଓ ଦିବ୍ୟ ଊର୍ଜା ଯୋଗ ସେବା ସମିତି ଆନୁକୁଲ୍ୟରେ ଏକ ସଙ୍ଗୀତ ମୟ ଧ୍ୟାନ ଯୋଗ ଶିବିର ଅନୁଷ୍ଠିତ

ଯୋଗ, ସଙ୍ଗୀତ ଓ ଧ୍ୟାନର ଅପୂର୍ବ ସମନ୍ୱୟରରେ ଶରୀର ଠିକ୍ ରହିବ

ସୁବର୍ଣ୍ଣପୁର ,୯/୧୦ ପତଞ୍ଜଳି ଯୋଗ ସମିତି, ସୁବର୍ଣ୍ଣପୁର ଓ ଦିବ୍ୟ ଊର୍ଜା ଯୋଗ ସେବା ସମିତି ଆନୁକୁଲ୍ୟରେ ଏକ ସଙ୍ଗୀତ ମୟ ଧ୍ୟାନ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଗ ସମିତି ପ୍ରଭାରୀ ସତ୍ୟବାନ ମିଶ୍ର ଙ୍କ ନେତୃତ୍ୱ ରେ ଦୀର୍ଘ ଏକ ଘଂଟା ଧରି ଏହି ଧ୍ୟାନ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। କର୍ମ ଚାପ ରେ ବଢୁଥିବା ସମସ୍ତ ପ୍ରକାର ଚାପକୁ ନିୟନ୍ତ୍ରଣ କରିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପତଞ୍ଜଳୀ ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ କୁମାର ପଣ୍ତା ଙ୍କ ସଂଯୋଜନା ରେ ଏକ ସଭା କାର୍ଯ୍ୟ ଆରମ୍ଭ କରାଯିବା ସହ

ପୂଜ୍ୟ ସ୍ୱାମୀ ନିରଞ୍ଜନ ଦାସ ଜୀ, ଋଷିକେଶ–ହରିଦ୍ୱାରଙ୍କ ଦ୍ୱାରା ସଙ୍ଗୀତମୟ ଧ୍ୟାନ ଯୋଗର ଆଧ୍ୟାତ୍ମିକ ଅନୁଭୂତି।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

ଆଜିର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ, ଚିନ୍ତା, ଅସ୍ଥିରତା ଓ ନକାରାତ୍ମକ ଚିନ୍ତାଧାରାରୁ ମୁକ୍ତ ହୋଇ ମନକୁ ଶାନ୍ତ, ସ୍ଥିର ଓ ସକାରାତ୍ମକ କରିବା ନିମନ୍ତେ ଯୋଗ ଓ ଧ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସଙ୍ଗୀତମୟ ଧ୍ୟାନ ଯୋଗ ହେଉଛି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭୂତି, ଯାହା ମାଧ୍ୟମରେ ମଧୁର ସଙ୍ଗୀତ, ଧ୍ୟାନ ଓ ଆତ୍ମଚିନ୍ତନର ସମନ୍ୱୟରେ ମନକୁ ଶାନ୍ତ କରିବା ସହ ଜୀବନରେ ଆନନ୍ଦ, ଶାନ୍ତି ଓ ସକାରାତ୍ମକତା ଆଣିବାକୁ ପ୍ରୟାସ କରାଯାଏ।

ଯୋଗ ଓ ଧ୍ୟାନର ଏହି ପବିତ୍ର ଯାତ୍ରାରେ ସାମିଲ ହେବା ପାଇଁ ସମସ୍ତ ସଦସ୍ୟ ଙ୍କୁ ଅନୁରୋଧ କରାଯାଇ ଥିଲା।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଯୋଗସାଧକ, ସାଧିକା, ଯୁବପିଢ଼ି, ମାତୃଶକ୍ତି, ବରିଷ୍ଠ ନାଗରିକ ଏବଂ ଯୋଗପ୍ରେମୀ ଉପସ୍ଥିତ ଥିଲେ। ଗୋ ସେବା ଓ ଜୀବନ ଚର୍ଯା ବିଷୟ ରେ ମଧ୍ଯ ଆଲୋଚନା କରାଯାଇ ଥିଲା । ଶେଷରେ ସଂଗଠନ ସଂଯୋଜକ ରବୀନ୍ଦ୍ର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button