ଓଡିଶା

ଦୁଇଦିନିଆ ଓଡ଼ିଶା ଗସ୍ତରେ RSS ମୁଖ୍ୟ ମୋହନ ଭାଗବତ, ସମ୍ବଲପୁରରେ ସାଂଗଠନିକ ବୈଠକ

ଭୁବନେଶ୍ୱର, ୧୦/୧୦: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଶନିବାର ଅପରାହ୍ଣ ୪ଟାରେ ସମ୍ବଲପୁରରେ ପହଞ୍ଚିବେ ବୋଲି RSSର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଗସ୍ତ ଅବସରରେ ଡ. ଭାଗବତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ RSS କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରବିବାର ସମ୍ବଲପୁରରେ ଓଡ଼ିଶାର ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେବ। ଏଥିରେ ସଂଘର ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମର ସମୀକ୍ଷା କରାଯିବ।

ଏହା ସହ ଡ. ଭାଗବତ ଧନୁପାଲି ସ୍ଥିତ ଶିଶୁ ବିଦ୍ୟାମନ୍ଦିର ସମେତ ଅନ୍ୟ କେତେକ ବିଦ୍ୟାଳୟ ପରିଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button