ଓଡିଶା

ଶ୍ୟାମସୁନ୍ଦରପୁର ଏକଲବ୍ୟ ବିଦ୍ୟାଳୟର ଅବ୍ୟବସ୍ଥା ପ୍ରତିବାଦରେ ୪୦୦ ଛାତ୍ରଛାତ୍ରୀଙ୍କ ୭ କି.ମି. ପଦଯାତ୍ରା; NH-49 ଅବରୋଧ

ବାଙ୍ଗିରିପୋଷି, ଅକ୍ଟୋବର ୧୦: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା ଓ ବିଭିନ୍ନ ସମସ୍ୟାର ପ୍ରତିବାଦରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ୭ କିଲୋମିଟର ପଦଯାତ୍ରା କରି ଜାତୀୟ ରାଜପଥ-୪୯ ଅବରୋଧ କରିଛନ୍ତି। ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ବାରମ୍ବାର ଜଣାଇବା ସତ୍ତ୍ୱେ ସମାଧାନ ହୋଇନଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ। ସେମାନେ ବ୍ଲକ ପ୍ରଶାସନ ଓ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ବିଦ୍ୟାଳୟର ଅଧ୍ୟକ୍ଷ ନାୟକଙ୍କ ବଦଳି ଏବଂ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଥିଲେ। ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଅଧ୍ୟକ୍ଷଙ୍କ ବଦଳି ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button