ଓଡିଶା

ରଜ ପର୍ବରେ ଦହି ସରବତ୍ ଓ ଲେମ୍ବୁ ପାଣି ବଣ୍ଟନ

ଜାରକା-କବାଟବନ୍ଧ ରାସ୍ତାର ବୃନ୍ଦାଦେଈପୁର - ଦଇପୁର ଗ୍ରାମର ମଧ୍ୟମ ସ୍ଥାନରେ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଅବସରରେ ଦଇପୁର ଧବଳେଶ୍ୱର ୟୁଥ୍ କ୍ଳବ୍ ପକ୍ଷରୁ ୩ ଦିନ ଧରି ପଥଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଦହି ସରବତ ଏବଂ ଲେମ୍ବୁ ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାରକା-କବାଟବନ୍ଧ ରାସ୍ତାର ବୃନ୍ଦାଦେଈପୁର – ଦଇପୁର ଗ୍ରାମର ମଧ୍ୟମ ସ୍ଥାନରେ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଅବସରରେ ଦଇପୁର ଧବଳେଶ୍ୱର ୟୁଥ୍ କ୍ଳବ୍ ପକ୍ଷରୁ ୩ ଦିନ ଧରି ପଥଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଦହି ସରବତ ଏବଂ ଲେମ୍ବୁ ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି କ୍ଳବ୍ ସଦସ୍ୟମାନେ ଏହି ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଶତାଧିକ ଲୋକଙ୍କୁ ଶୀତଳ ପାନୀୟ ଜଳ,ଲେମ୍ବୁ ପାଣି ଓ ଦହି ସରବତ ବଣ୍ଟନ କରିଥିଲେ। ଏହି ମହତ୍ କାର୍ଯ୍ୟରେ ସଭାପତି ରୁଦ୍ର ପ୍ରସନ୍ନ ଓଝା, ସମ୍ପାଦକ ନିଷ୍କାନ୍ତ ଖଟୁଆ, ସକ୍ରିୟ ସଭ୍ୟ ଅନ୍ତର୍ଯ୍ୟାମୀ ଖଟୁଆ, ରାହୁଲ ପରିଡ଼ା, ଶୁଭେନ୍ଦୁ ସ୍ୱାଇଁ, ହରିହର ମହାନ୍ତି, ଦିବ୍ୟରଞ୍ଜନ ଖଟୁଆ, ସୁନୀଲ ଖଟୁଆ, ଚିନୁ ଜେନା ପ୍ରମୁଖ ସହଯୋଗରେ କାର୍ଯ୍ୟକ୍ରମଟିକୁ ସଫଳ ମଣ୍ତିତ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ସେବା ମୂଳକ ଉଦ୍ୟମକୁ ବୃଦ୍ଧିଜୀବୀ ମାନେ ବେଶ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ଜନହିତକର କାର୍ଯ୍ୟକ୍ରମକୁ ଜାରି ରଖିବାକୁ କ୍ଳବ୍ ର ସଭାପତି ଶ୍ରୀ ଓଝା ମତ ପ୍ରକାଶ କରିଛନ୍ତି । ରଜପର୍ବର ଆନନ୍ଦ ସହିତ ମାନବ ସେବାର ବାର୍ତ୍ତା ପହଞ୍ଚାଇବାରେ ଦଇପୁର ଧବଳେଶ୍ୱର ୟୁଥ୍ କ୍ଳବ୍‌ର ଏହି ପଦକ୍ଷେପ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିପାରିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button