ଓଡିଶା

ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର ୨୮/୭ (ଚୈତନ୍ୟ ଭୁକ୍ତା)ମଝିପଡ଼ା ସ୍ଥିତ ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଓ ସଭା ର ଆୟୋଜନ କରା ଯାଇଅଛି। ଏହି ସଭାରେ ବ୍ରାହ୍ମଣ ସମାଜ ର ଉପଦେଷ୍ଠା ଶ୍ରୀ ଚମରା ରାମ ତ୍ରିପାଠୀ, ପଣ୍ଡିତ ଶିବ ନାରାୟଣ ପୂଝାରୀ, ରାଧେଶ୍ୟାମ ପୂଝାରୀ, ଓ କୈଳାଶ ଚନ୍ଦ୍ର ରଥ ଅତିଥି ଭାବରେ ଯୋଗଦେଇ ବ୍ରାହ୍ମଣ ସମାଜ ର ଏକତା ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଦେଶ ର ସୁରକ୍ଷା ସନାତନ ଧର୍ମ ଓ ବ୍ରାହ୍ମଣ ସଂସ୍କୃତି ର ସୁରକ୍ଷା ପାଇଁ ଆମ ଭିତରେ ଏକତା ପ୍ରତିଷ୍ଠା ଜରୁରୀ ବୋଲି ମତ ରଖି ଥିଲେ। ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ ଏହି ସଭା କୁ ସଂଯୋଜନା କରି ପ୍ରତି ବ୍ଲକ୍ ରେ ଏହି ସଂଗଠନ ଗଠନ ହୋଇଥିବା ବେଳେ ଆଗାମୀ ୨ ତାରିଖ ର ବ୍ରାହ୍ମଣ ସମାବେଶ ରେ ନଗର ବ୍ରାହ୍ମଣ ସମାଜ ର କମିଟି ଚୟନ କରାଯିବ ବୋଲି କହିଥିଲେ।ଓ ଆଗାମୀ ଦିନରେ ଜିଲ୍ଲା ରେ ବ୍ରାହ୍ମଣ ଏକତା ମଞ୍ଚ ର ଏକ ବିରାଟ ସମାବେଶ ଅନୁଷ୍ଠିତ ହେବ।ଯେଉଁ ସମାବେଶ ରେ ପୁରୀ ଶଙ୍କରାଚାର୍ଯ୍ୟ ଙ୍କ ସମେତ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ରହିବ ବୋଲି ଶ୍ରୀ ପୁରୋହିତ କହିଥିଲେ। ବରିଷ୍ଠ ସଦସ୍ୟ ଡ. ଆର୍ତ୍ତ ତ୍ରାଣ ବାବୁ, ଡ଼ ସନ୍ତୋଷେ ପାଢୀ, ସୀତାଂଶୁ ଶେଖର ମିଶ୍ର, ଦୁଃଖୀରାମ ମିଶ୍ର ସଙ୍ଗଠନ ଉପରେ ମତ ରଖି ଥିଲେ। ଆଜିର ଏଇ ସାମ୍ୱାଦିକ ସମ୍ମିଳନୀ , ବୈକୁଣ୍ଠ ଶତପଥୀ, ପୀୟୂଷ ପଣ୍ଡା, ନାରାୟଣ ରଥ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ବ୍ରାହ୍ମଣ ଯୋଗ ଦେଇଥିଲେ। ବରିଷ୍ଠ ସଦସ୍ୟ ଅଟଳ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।।

Related Articles

Leave a Reply

Your email address will not be published. Required fields are marked *

Back to top button