ଓଡିଶା

ଦାଣ୍ଡିଆ ଉତ୍ସବରେ ଝୁମିଲେ ଶତାଧିକ ଯୁବକ-ଯୁବତୀ

ଯାଜପୁର: ଶାରଦୀୟ ଦୁର୍ଗାପୂଜା ଅବସରରେ ବ୍ୟାସନଗର ପୂଜା ମହୋତ୍ସବ କମିଟି ପକ୍ଷରୁ ବ୍ୟାସନଗର ଟାଉନ ହଲ୍ ପରିସରରେ ଆୟୋଜିତ ଦାଣ୍ଡିଆ ଉତ୍ସବରେ ଶତାଧିକ ଯୁବକ-ଯୁବତୀ ଯୋଗଦେଇ ସଙ୍ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଆୟୋଜିତ ଶାରଦୀୟ ପ୍ରତିଭା ସମ୍ମାନ ଓ ଦାଣ୍ଡିଆ ଉତ୍ସବ ଦୁର୍ଗାପୂଜାର ଆନନ୍ଦ ଓ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା।

 

ସୋମବାର ଏହି ଦାଣ୍ଡିଆ ଉତ୍ସବ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ୱାର୍ଡ ସମେତ କୋରେଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଏଥିରେ ସାମିଲ ହୋଇଥିଲେ। ଓଡ଼ିଆ, ମାରୱାଡ଼ି, ଗୁଜରାଟୀ, ବଙ୍ଗୀୟ ଓ ବିହାରୀ ସମ୍ପ୍ରଦାୟର ଯୁବକ-ଯୁବତୀ ଓ ମହିଳାମାନଙ୍କ ଉପସ୍ଥିତି ଉତ୍ସବକୁ ଆକର୍ଷଣୀୟ କରିଥିଲା। ବିଭିନ୍ନ ଗୀତର ତାଳେ ତାଳେ ଦାଣ୍ଡିଆ ନୃତ୍ୟ ପରିବେଷଣ କରି ସମସ୍ତେ ଉତ୍ସବର ଭରପୂର ଆନନ୍ଦ ନେଇଥିଲେ। ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭାଇଚାରା, ସାଂସ୍କୃତିକ ଆଦାନପ୍ରଦାନ ଓ ସାମାଜିକ ଏକତାକୁ ସୁଦୃଢ଼ କରିବାରେ ଏହି ଉତ୍ସବ ସହାୟକ ହୋଇଥିଲା। ଏଭଳି ଏକ ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତଙ୍କୁ ବିଧାୟକ ଆକାଶ ଦାସନାୟକ ଧନ୍ୟବାଦ ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button