ଓଡିଶା

ଚିକିତ୍ସା ଅବହେଳାରୁ ମାଆ ଓ ନବଜାତ ଶିଶୁର ମୃତ୍ୟୁ ! ଭୀମଭୋଇ ମେଡିକାଲରେ ଉତ୍ତେଜନା

ବଲାଙ୍ଗୀର ୨୨।୧୦ : ମେଡିକାଲରେ ଉତ୍ତେଜନା । ବଲାଙ୍ଗୀର ଭୀମଭୋଇ ମେଡିକାଲର ମାଆ ଶିଶୁ ବିଭାଗରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ମାଆ ଓ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ।

ଖବର ଅନୁଯାୟୀ, ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ମାଆ ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ଏନେଇ ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ମାରପିଟ୍ ହୋଇଛି । ମୃତ ମହିଳା କଣ୍ଟାବାଞ୍ଜି ଆଶ୍ରମପଡ଼ାର ମଞ୍ଜୁଲତା ବେହେରା।

ସେପଟେ ମେଡିକାଲ ପରିସରରେ ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । କିନ୍ତୁ ଉତ୍ୟକ୍ତ ଲୋକଙ୍କୁ କାହା କଥା ଶୁଣିବାକୁ ନାରାଜ ।

Related Articles

Leave a Reply

Your email address will not be published. Required fields are marked *

Back to top button