ଓଡିଶା

ତପୋବନ ମେଳାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ, ଅକ୍ଟୋବର ୨୨, ୨୦୨୬- ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ କପିଳାସ ମହିମା ତପୋବନ ପୀଠ ସ୍ଥଳୀରେ ବାର୍ଷିକ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୨୦ ତାରିଖ ଶୁକ୍ରବାର ଦିନ ଏହି ମେଳା ଅନୁଷ୍ଠିତ ହେବ। ମେଳା ଆୟୋଜନ ନିମନ୍ତେ ରାସ୍ତାଘାଟର ଆବଶ୍ୟକ ମରାମତି, ପାନୀୟ ଜଳ ଯୋଗାଣ, ଆଶୁ ଚ଼ିକିତ୍ସା ବ୍ୟବସ୍ଥା , ମେଳା ପରିସର ପରିଷ୍କାର ପରିଚ୍ଛନ୍ନତା ଓ ବିଶୋଧନ ବ୍ୟବସ୍ଥା, ଡ଼ି.ଜି. ମାଧ୍ୟମରେ ଆଲୋକିକରଣ, ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ, ଭକ୍ତମାନଙ୍କ ଯାତାୟତ ପାଇଁ ଗାଡ଼ି ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଦାୟୀତ୍ୱର ସହ କାର୍ଯ୍ୟ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୦ ହଜାର ଭକ୍ତ ଏହି ମେଳାରେ ସମାଗମ ହେବାକୁ ଥିବାରୁ ଯାନବାହାନ ଚଳାଚଳକୁ ବ୍ୟବସ୍ଥିତ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜିଙ୍କ୍ୟ ବାବୁରାଓ ମାନେ ପ୍ରକାଶ କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହେବା ସହ ଗାଡ଼ି ପାର୍କିଂ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ପ୍ରାରମ୍ଭରେ ସଦର ଉପ-ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ମେଳାର କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ଲଳିତ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, କୌପୂନୀଧାରୀ ମହିମା ସମାଜର ସଭାପତି ବାବା ରଘୁନାଥ ଦାସ, ତପୋବନ ମହିମା ପୀଠର ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ମହିମା ଜ୍ୟୋତି ଯାତ୍ରାର ସଂଯୋଜକ ଶ୍ରୀ ପ୍ରଦ୍ୟୁମ୍ନ ରଥ, ତପୋବନ ମହିମା ପୀଠ ପରିଚାଳନା ଟ୍ରଷ୍ଟର ସମସ୍ତ ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ମେଳାର ସୁପରିଚାଳନା ସଂପର୍କରେ ଆଲୋଚନା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button