ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ :2026 ଉଦଯାପିତ

ଯାଜପୁର : ସ୍ଥାନୀୟ ଇଣ୍ଡୋର ଷ୍ଟାଡିଅମ ପରିସରରେ ଜିଲ୍ଲାରେ ପରିଚାଳିତ 5 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ବାର୍ଷିକ ପ୍ରତିଭା ଚୟନ ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଅଧ୍ୟାପକ ଦାମୋଦର ବେହେରା ଙ୍କ ସଂଯୋଜନା ରେ ଉକ୍ତ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଅତିଥି ପରିଚୟ ପ୍ରଦାନ ସହ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ 2026 ର ଉଦେଶ୍ୟ ଉପସ୍ଥାପନ କରିଥିଲେ।
ଦୁଇଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମ ର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯାଜପୁର ର ଲୋକସଭା ସାଂସଦ ଡ଼.ରବିନ୍ଦ୍ର ନାରାୟଣ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ପିଲାମାନେ ଆସନ୍ତାକାଲିର ରାଷ୍ଟ୍ର ନିର୍ମାତା, ପିଲାମାନେ ଦେଶପାଇଁ ବିଶେଷ ଅମୁଲ୍ୟ ସମ୍ପଦ।ପିଲାମାନେ କେବେ ହେଲେ ନିଜକୁ ଏକା ଭାବିବେ ନାହିଁ,ସବୁବେଳେ ଆମେ, ସରକାର ଓ ନାଗରିକ ସମାଜ ସେମାନଙ୍କ ସହ ସବୁ ସମୟରେ ଅଛନ୍ତି।ସୁଖପ୍ରଦ ଶୈଶବ ସବୁ ପିଲା ଙ୍କ ଅଧିକାର, ପରିବାର ପ୍ରତ୍ୟେକ ପିଲାପାଇଁ ସୁରକ୍ଷାର ବଳୟ. ଅନୁଷ୍ଠାନ ରେ ଥଇଥାନ ହୋଇଥିବା ତଥା ଯତ୍ନ ଓ ସୁରକ୍ଷା ଲୋଦୁଥିବା ପିଲାଙ୍କ ବିକାଶ ଦାୟିତ୍ୱ ସରକାର ନେଇଛନ୍ତି। ସୁଖସ୍ୱାଚ୍ଛନ୍ଦ ରହଣି, ପାଠ ପଢ଼ା ର ବିକାଶ ସହ ସେମାନଙ୍କ ଖେଳକୁଦ, ବୌଦ୍ଧିକ, ସାଂସ୍କୃତିକ ଓ ଚରିତ୍ର ଗଠନ ଦିଗରେ ଅନୁଷ୍ଠାନ ର କର୍ମକର୍ତ୍ତା ବିଶେଷ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଅତୀତରେ ଉତ୍କଳ ବାଳାଶ୍ରମ ରେ ରହି ପାଠ ପଢିଥିବା ଅନେକ ଅନ୍ତେବାସୀ ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ପ୍ରତିଷ୍ଠା ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ଯାଜପୁର ର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ତାଙ୍କ ବକ୍ତବ୍ୟରେ କହିଲେ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ପ୍ରତ୍ୟେକ ପିଲା ମାନେ ଅଦ୍ୱିତୀୟ, ସେମାନଙ୍କ ମଧ୍ୟରେ ବହୁ ଭାବରେ ଲୁକାୟିତ ପ୍ରତିଭା ରହିଛି, ତାର ଉନ୍ମେଷ କରିବା ଆମର ବିଶେଷ ଦାୟିତ୍ୱ ରହିଛି.। ବାଳାଶ୍ରମ ଓ ଅନ୍ୟ ଶିଶୁ ଯତ୍ନ ଅନୁଷ୍ଠାନ ରେ କିଭଳିଭାବେ ଅଧିକ ସୁବିଧା ସୁଯୋଗ ପାଇପାରିବେ ତାହା ସରକାରଙ୍କ ଦୃଷ୍ଟିକୁ ଆଣିବୁ। ସୁରକ୍ଷା ବଳୟ ବାହାରେ ତଥା ଅସୁବିଧାଜନକ ସ୍ଥିତି ରେ ଜୀବନ ଅତିବାହିତ ଶିଶୁ ମାନଙ୍କୁ ଆବଶ୍ୟକ ଥଇଥାନ କରାଯାଇ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସବୁ ସ୍ତରରେ ଉଦ୍ୟମ ଜାରିରହିବ। .ଶିଶୁ ମାନଙ୍କ ବିକାଶ ହେଲେ ଯାଇ, ସାମାଜିକ ବିକାଶ ସମ୍ଭବ ହୋଇପାରିବ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ମଙ୍ଗଳ କମିଟି, ଯାଜପୁର ର ଅଧକ୍ଷ ଦିବ୍ୟ ଭୂଷଣ ମହାନ୍ତି, କହିଲେ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ପିଲାମାନଙ୍କ ର ଅତୀତ ସେମାନଙ୍କ ଭବିଷ୍ୟତର ସଫଳତା କୁ ରୋକିପରିବ ନାହିଁ. ସେମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ର ବିକାଶପାଇଁ ସମ୍ପୃକ୍ତ ଅନୁଷ୍ଠାନ ର କର୍ମକର୍ତ୍ତା ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଅନୁଷ୍ଠାନ ର ସାମଗ୍ରିକ ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିଶେଷ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ, ବାଳାଶ୍ରମ ଓ ଅନ୍ୟ ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ପିଲାମାନଙ୍କର କିଭଳି କ୍ରୀଡା କ୍ଷେତ୍ରରେ ବିକାଶ ହୋଇପାରିବ, ସେଥିପାଇଁ ଜିଲ୍ଲା କ୍ରୀଡା ବିଭାଗ ସମସ୍ତ ସହଯୋଗ କରିବ ବୋଲି ମତାମତ ଦେଇଥିଲେ.।
ଜିଲ୍ଲାରେ ମୋଟ ପାଞ୍ଚ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ପ୍ରଥମ ଦିନର ଉତ୍ସାହ କାର୍ଯ୍ୟକ୍ରମ ରେ 64 ଜଣ ଅନ୍ତେବାସୀ ଓ ଦ୍ୱିତୀୟ ମହକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ 73 ଜଣ ଭଗନେଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ ମୋଟ 26 ଜଣ ପ୍ରଥମ ଶ୍ରେଣୀ ରେ ବିଜେତା ଘୋଷଣା କରାଯାଇଥଲା।ମୁଖ୍ୟ ଅତିଥି ଲୋକସଭା ସାଂସଦ, ଡ଼.ରବିନ୍ଦ୍ର ନାରାୟଣ ବେହେରା ଓ ବିଧାୟିକା,ଯାଜପୁର ଶ୍ରୀମତୀ ସୁଜାତା ସାହୁ କୃତି ପ୍ରତିଯୋଗୀ ମାନଙ୍କୁ .ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦେଇଥିଲେ
ଦୁଇ ଦିନର କରାଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ, ତପନ କୁମାର ପାତ୍ର,ରୋଜାଲିନ ପଣ୍ଡା,ଅର୍ଚନା ସାମନ୍ତ, ପଦ୍ମ ଚରଣ ସାମନ୍ତରାୟ, ରବିନ୍ଦ୍ରନାଥ ସେଠୀ ,କାଳୀ ପ୍ରସାଦ ସାହୁ, ମିହିର କୁମାର ଜେନା, ଶିଶିର କୁମାର ମଲ୍ଲିକ ଓ ଚାଇଲଡ ହେଲ୍ପ ଲାଇନ ର ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାଶ ପ୍ରମୁଖ ପରିଚାଳନା କରିଥିଲେ।
ଶେଷରେ କାଳିପ୍ରସାଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।



