ଓଡିଶା

ସୁବର୍ଣ୍ଣପୁର ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ କଳ୍କୀ ଅବତାର ବେଶ

ସୁବର୍ଣ୍ଣପୁର ,୨୩/୭ : ଦ୍ୱିତୀୟ ବାରାଣସୀ ଭାବେ ପରିଚିତ ସୁବର୍ଣ୍ଣପୁରର ଗୁଣ୍ଡିଚା ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧାମୂର୍ତ୍ତି କଳ୍କୀ ଅବତାର ବେଶରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ। ଦଶାବତାର ମଧ୍ୟରେ କଳ୍କୀ ଅବତାରକୁ ଭଗବାନ ବିଷ୍ଣୁଙ୍କ ଭବିଷ୍ୟତ ଅବତାର ଭାବେ ଗଣନା କରାଯାଏ। ଶ୍ରୀମଦ୍‌ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ, କଳିଯୁଗର ଅନ୍ତିମ ସମୟରେ ଧର୍ମ ସଂସ୍ଥାପନ ପାଇଁ ଭଗବାନ କଳ୍କୀ ରୂପରେ ଅବତରଣ କରିବେ ବୋଲି ବର୍ଣ୍ଣିତ ହୋଇଛି।

ଚଳିତ ଘୋଷଯାତ୍ରାରେ ଆଡ଼ପ ମଣ୍ଡପରେ ଦର୍ଶନର ଶେଷ ଦିନ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଡ଼ପ ଦର୍ଶନ କୋଟି ଜନ୍ମର ପାପକ୍ଷୟ କରେ ବୋଲି ବିଶ୍ୱାସ ଥିବାରୁ ବିଭିନ୍ନ ଆଡ଼ପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ବ୍ୟାପକ ସମାଗମ ହୋଇଥିଲା।

କେବଳ ଗୁଣ୍ଡିଚା ମନ୍ଦିର ନୁହେଁ, ସହରର ଶ୍ରୀଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର, ମଝିପଡ଼ା ରାମଧୁନ ଆଡ଼ପ ମଣ୍ଡପ ଏବଂ ଥନାପତିପଡ଼ା ଆଡ଼ପ ମଣ୍ଡପରେ ମଧ୍ୟ ପ୍ରଭୁଙ୍କ କଳ୍କୀ ଅବତାର ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚନ୍ଦନ ଓ ତୁଳସୀର ସୁଗନ୍ଧରେ ସମଗ୍ର ସହର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିବା ପ୍ରତୀୟମାନ ହେଉଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button