ଭୁବନେଶ୍ୱର ଜୟଦେବ ଭବନରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବାର୍ଷିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁଦୃଢ଼ କରିବା ପାଇଁ ସମସ୍ତେ ସମବେତ ଭାବେ ବଜ୍ର ଶପଥ ନେଇଥିଲେ।
ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ ଜୟଦେବ ଭବନଠାରେ ଆଜି ‘ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ’ର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଗଣମାଧ୍ୟମର ସୁରକ୍ଷା, ଅଧିକାର ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ଏହି ଅଗ୍ରଣୀ ସଂଗଠନର ଏହି ରାଜ୍ୟ ସ୍ତରୀୟ ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୬୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।
ଏହି ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକର ସମସ୍ତ କାର୍ଯ୍ୟସୂଚୀକୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର ଅତି ସୁଚାରୁରୂପେ ପରିଚାଳନା କରିଥିଲେ। ସଂଗଠନ ର ବରିଷ୍ଠ କାର୍ଯ୍ୟ କର୍ତ୍ତା ଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ: ରାଜ୍ୟ ସାଙ୍ଗଠନିକ ସଂପାଦକ ଗୈରାଙ୍ଗ ଚରଣ ମହି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ୍ୱାଲ ସିଂ ଶ୍ରୀ ନିରଞ୍ଜନ ପାଣି ଶ୍ରୀମତୀ ମୀରା ବାଇ ଦେଓ ଏହି ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ସଂଘ ପକ୍ଷରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା
ବୈଠକରେ ଡିଜିଟାଲ ମିଡ଼ିଆର ଭବିଷ୍ୟତ ଏବଂ ସାମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବ୍ୟାପକ ଆଲୋଚନା ହୋଇଥିଲା, ଯେପରିକି:
SRB (self regulated body(ସାମ୍ବାଦିକ ମାନ୍ୟତା ସମ୍ବନ୍ଧୀୟ): ଡିଜିଟାଲ ସାମ୍ବାଦିକମାନଙ୍କ ସରକାରୀ ସ୍ୱୀକୃତି ଓ ଅଧିକାରକୁ ନେଇ ରଣନୀତି ପ୍ରସ୍ତୁତ କରା ଯିବା ସହ
କାର୍ଯ୍ୟକଳାପ ଓ ସଫଳତାକୁ ନେଇ ଏକ ସ୍ମରଣିକା (Souvenir) ଉନ୍ମୋଚନର ପ୍ରସ୍ତୁତ ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଡିଜିଟାଲ ସାମ୍ବାଦିକଙ୍କୁ ସଂଘ ସହ ଯୋଡ଼ିବା ପାଇଁ ନୂତନ ସଭ୍ୟ ସଂଗ୍ରହ ଅଭିଯାନର ରୂପରେଖ ପ୍ରସ୍ତୁତି କରାଯାଇ ଥିଲା।
: ଆଗାମୀ ଦିନରେ ପ୍ରତିଭାବାନ ଓ ନିର୍ଭୀକ ଡିଜିଟାଲ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବା ପାଇଁ ଆଇକନ ଆୱାର୍ଡ ଉତ୍ସବର ଯୋଜନା ପାଇଁ ଏକ ବିସ୍ତୃତ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇ ଥିଲା ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଘର ସଦସ୍ୟ ଓ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଡିଜିଟାଲ ମିଡ଼ିଆର ସୁରକ୍ଷା ଓ ଅଧିକାର ପାଇଁ ଏକତା ଅପରିହାର୍ଯ୍ୟ ବୋଲି ସମସ୍ତେ ମତପ୍ରକାଶ କରିବା ସହ ଆଗାମୀ ଦିନରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘକୁ ଆହୁରି ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ କରିବା ପାଇଁ ସମସ୍ତେ ସମବେତ ଭାବେ ବଜ୍ର ଶପଥ ନେଇଥିଲେ।



