ପାତାଳି ଶ୍ରୀକ୍ଷେତ୍ରରେ ଅଧର ପଣା ନୀତି ସମ୍ପନ୍ନ
ସୁବର୍ଣ୍ଣପୁର, ୨୬/୭ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଜଗନ୍ନାଥ ଚେତନା ର ପ୍ରସିଦ୍ଧ କ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର, କୋଟସମଲାଇ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧର ପଣା ନୀତି ସମ୍ପନ୍ନ ହୋଇଛି ।ସନ୍ଧ୍ୟା ସମମୟରେ ଖୀର, ସର, କଦଳୀ, ଅଳେଇଚ, ଗୋଲମରିଚ ଗୁଣ୍ଡ ଆଦିରେ ପ୍ରସ୍ତୁତ ସ୍ୱତନ୍ତ୍ର ପଣାକୁ ଗୋଟିଏ ରଥରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ମୋଟ ନଅଟି ହାଣ୍ଡିରେ ନୈବେଦ୍ୟ ଅର୍ପଣ କରାଯାଇଥିଲା। ତାପରେ ଏ ହାଣ୍ଡି ଗୁଡ଼ିକୁ ଭଙ୍ଗା ଯାଇଥିଲା। ଏହା ମୁଖ୍ୟତଃ ରଥର ପାର୍ଶ୍ୱ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା, ଅଶରୀରୀ ମାନଙ୍କ ଉଦ୍ଦେଶ୍ୟ ରେ କରାଯାଇଥାଏ । ଟ୍ରଷ୍ଟି ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୁଞ୍ଜ ବିହାରୀ ପଣ୍ଡା, ଅଭିଷେକ ପାତ୍ର ଏ କାର୍ଯ୍ୟ ସମ୍ପାଦନ କରିଥିଲେ।ଆଜି ଏ ଅବସରରେ ପାତାଳି ଶ୍ରୀକ୍ଷେତ୍ର ରାମାୟଣୀ ଗୋଷ୍ଟି ଦ୍ୱାରା ତୁଳସୀ ରାମାୟଣ ପାରାୟଣ ଏବଂ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟ କୁମାର ହୋତା, ଗୋପାଳ ପଣ୍ଡା, ସୁଧୀର ପୁରୋହିତ, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ନରେନ୍ଦ୍ର ବାଘ, ଜାନକୀ ରାମ ଦେହୁରୀ ଗାୟକ ଭାବରେ ଥିବାବେଳେ ଅଚ୍ୟୁତାନନ୍ଦ କୁରୁକୁରିଆ, ପଞ୍ଚାନନ ମନ୍ତ୍ରା, ତ୍ରିପୁରାରୀ ମହାକୁର,ମନୋରଞ୍ଜନ ପାଢ଼ୀ, ବୀରମିତ୍ର ପଧାନ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ। ଏ ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଛୁଟି ଆସିଥିଲେ। ଆସନ୍ତା କାଲି ଅପରାହ୍ନ ୩.00 ଘ. ସମୟରେ ଶ୍ରୀଜୀଉ ମାନଙ୍କ ଶ୍ରୀମନ୍ଦିର ବିଜେ ଅନୁଷ୍ଠିତ ହେବ।



