ଓଡିଶା

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ରୋଟାରୀ ଭବନରେ ଅନଷ୍ଠିତ ହୋଇଜାଇଛି

ଗରିବ ଓ ଅସହାୟଙ୍କୁ ନ୍ୟାୟ ଦେବା ପାଇଁ ଉଠିଲା ସ୍ୱର

ଭୁବନେଶ୍ୱର:-ଗରିବ, ନିଷ୍ପେଷିତ ଓ ଅସହାୟ ଶ୍ରେଣୀର ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଯୋଗଦେଇ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ବିଶିଷ୍ଟ ସମାଜସେବୀ ତଥା ଆର.ଟି.ଆଇ (RTI) କର୍ମୀ ଡକ୍ଟର ରାଜକୁମାର ଯାଦବ ଏବଂ ଓଡ଼ିଶା ସରକାରଙ୍କ ଖଣି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ସାରଦା ପ୍ରସାଦ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ ନିଜର ମୂଲ୍ୟବାନ ସୂଚନା ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏଥିସହିତ କେନ୍ଦୁଝର ଜିଲ୍ଲାର ଜଣାଶୁଣା ସମାଜସେବୀ ସୂର୍ଯ୍ୟନାରାୟଣ କର ମଧ୍ୟ ଉପସ୍ଥିତ ରହି ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ।

ସଂଗଠନର ନେତୃତ୍ୱ ନେଇ ODMM ର ରାଜ୍ୟ ସଭାପତି ମନୋଜ କୁମାର ଶତପଥି, ସାଧାରଣ ସମ୍ପାଦକ କବିରାଜ ପାତ୍ର ଏବଂ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରମୁଖ ବୈଠକ ପରିଚାଳନା କରିଥିଲେ। ଏହା ସହିତ ODMM ର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ମୀରା ବାଇ ଦେଓ ଏବଂ ସୂର୍ଯ୍ୟକାନ୍ତ ଖେଡୁୱାଲ୍ ସିଂ ଉପସ୍ଥିତ ରହି ଗରିବ ଶ୍ରେଣୀର ଲୋକଙ୍କ ହକ ପାଇଁ ସଂଗଠନକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ।

“ଅନ୍ୟାୟ ବିରୋଧରେ ଆମର ଆବାଜ” ସ୍ଲୋଗାନକୁ ପାଥେୟ କରି ଆୟୋଜିତ ଏହି ସଭାରେ ସବୁ ଜିଲ୍ଲାରୁ ଆସିଥିବା ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଗାମୀ ଦିନ ରେ ସଂଗଠନ କୁ ଆଗକୁ ନେବା ପାଇଁ ଆଲୋଚନା ହୋଇଥିଲା

 

 

Related Articles

Leave a Reply

Your email address will not be published. Required fields are marked *

Back to top button