ଓଡିଶା

ଓଷ୍ଟI ପକ୍ଷରୁ ଡିଇଓ ଓ ଡିବ୍ଲଓଙ୍କୁ ଦାବୀ ପତ୍ର ପ୍ରଦାନ

ରାଇରଙ୍ଗପୁର :- ୩୦\୯\୨୬ (ଶ୍ଯାମଳେନ୍ଦୁ ପରିଡା) ଓଡିଶା ସ୍କୁଲ ମାଧ୍ୟମିକ ଶିକ୍ଷକ ସଙ୍ଘ ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲା ସଭାପତି ମୟୁରଭଞ୍ଜ (1) ଚିତ୍ତ ରଞ୍ଜନ ପଳତା ଓ ମୟୁରଭଞ୍ଜ (2) ଦୁର୍ଯ୍ୟୋଧନ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲ୍ଲିକଙ୍କୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ବହୁବିଧି ସମସ୍ୟ ଉପରେ ଦାବୀ ପତ୍ର ପ୍ରଦାନ କରାଯାଇଛି I ବିଶେଷ କରି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ଆସିଥିବା ବିଗତ ବର୍ଷର ବକେୟା ଅର୍ଥ Rs75/- ଓ ଚଳିତ ବର୍ଷର Rs85/- ପାଇବାପାଇଁ, ଶିକ୍ଷକ ଓ କର୍ମଚାରୀ ମାନଙ୍କର ଏମ.ସି.ପି ପ୍ରଦାନ କରିବା, ଏରିୟର ବିଲ ପ୍ରଦାନ, ବିଭିନ୍ନ ବିଦ୍ୟାଳୟରେ ବିଦ୍ୟୁତ ବିଲ ପୈଠ ପ୍ରଦାନ, ବିଭିନ୍ନ ହଷ୍ଟେଲର ପୁନଃ ନବୀକରଣ ପ୍ରମୁଖ ବିଷୟରେ ପ୍ରତିନିଧି ମଣ୍ଡଳ ଆଲୋଚନା କରିଥିଲେIଏହି ପ୍ରତିନିଧି ମଣ୍ଡଳରେ ଓଷ୍ଟା ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ଡକ୍ଟର ରାଧାକାନ୍ତ ମହାରଣା, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଧନେଶ୍ୱର ମହାନ୍ତ, ସୁଶାନ୍ତ କୁମାର ଗିରି , ବିଶ୍ୱଜିତ ବିଶ୍ୱାଳ, ବିଭିନ୍ନ ବ୍ଲକର ସମ୍ପାଦକ ସ୍ମୃତି ରଞ୍ଜନ ପାଣି, ରାଜ କୁମାର ବେହେରା, ଅରବିନ୍ଦ ଗିରି, ପ୍ରଦୀପ କୁମାର ମହାନ୍ତ, ସୂର୍ଯ୍ୟାନନ୍ଦ ନାୟକ, ମନୋଜ ଧଳ, ମନୋଜ କୁମାର ବେଶ୍ରା, ସୂର୍ଯ୍ୟ କାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେI ଏହି ଦାବୀ ଗୁଡିକ ଉପରେ ଖୁବ ଶୀଘ୍ର ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଡିଇଓ ଶ୍ରୀଯୁକ୍ତ ସେଠୀ ଓ ଡିବ୍ଲୁଓ ଶ୍ରୀଯୁକ୍ତ ମଲ୍ଲିକ ଓଷ୍ଟା ପ୍ରତିନିଧି ମଣ୍ଡକକୁ ପ୍ରତିଶୃତି ଦେଇଛନ୍ତିI

 

ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button