ଓଡିଶା

ପିତାମହୁଲ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ବିପର୍ଯୟପରିଚାଳନା ଯୋଜନା ବୈଠକ

ସୁବର୍ଣ୍ଣପୁର ,( ବିନାୟକ ନିୟୁଜ୍)୩୦/୯ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗ୍ରାମ ପଂଚାୟତ ସଭାଗୃହ ରେ ରେଆର ସୋନପୁର ତଥା ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ପଂଚାୟତ ସ୍ତରୀୟ ବିପର୍ଯୟ ପରିଚାଳନା ଯୋଜନା ବୈଠକ ସଭାପତି ତଥା ସରପଞ୍ଚ ଆକସ୍ମିତା ବଢିଆ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟାକାନ୍ତି ମିଶ୍ର ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଉଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲା ଜରୁରୀକାଳୀନ ବିଭାଗ ସୁବର୍ଣ୍ଣପୁର ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱନାଥ ନାଏକ ଯୋଗ ଦେଇ ବିଭିନ୍ନ ପ୍ରକାର ପିପର୍ଯୟ ବିଷୟରେ ଆଲୋଚନା କରିଥିଲେ,ନାଏବ ସରପଞ୍ଚ ଉମାକାନ୍ତି ମହଲା ଙ୍କ ସମେତ ସମସ୍ତ ପଂଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ରେଆର କର୍ମୀ ସତ୍ୟନାରୟଣ ବିଶି ସହଯୋଗ କରିଥିବାବେଳେ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button