ଓଡିଶା

ବିଜେଡି ପାଳନ କଲା ୧୫୭ତମ ଗାନ୍ଧୀଜୟନ୍ତୀ

ଢ଼େଙ୍କାନାଳ ( ବିନାୟକ ନିୟୁଜ୍) :- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ କଲ୍ୟାଣ ମଣ୍ଡପ ଠାରେ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ଅନୁଷ୍ଠିତ ହୋଇଥିଲା ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

କଙ୍କଡ଼ାହାଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପରଜଙ୍ଗର ପୂର୍ବତନ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ କଣ୍ଟାପାଳ କଲ୍ୟାଣ ମଣ୍ଡପଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଦଳୀୟ ନେତା ଓ କର୍ମୀମାନେ କଣ୍ଟାପାଳ ଗାଁ ପରିକ୍ରମା କରି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ଓ କଙ୍କଡ଼ାହାଡ଼ ଅଞ୍ଚଳର ବହୁ ଯୁବ ଓ ବରିଷ୍ଠ ନେତାଙ୍କ ସମେତ ବିଜେଡି ସମର୍ଥକ ଓ ବିଜୁ ପ୍ରେମୀମାନେ ଉପସ୍ଥିତ ରହିଥିଲେ। !ଏହି ଉତ୍ସବରେ ପରଜଙ୍ଗ ବ୍ଲକ ଜିଲ୍ଲା ପରିଷଦ ନିରାକାର ପ୍ରଧାନ ପୂର୍ବତ୍ତନ ବ୍ଲକ ସଭାପତି କାରଣ ବେହେରା କଙ୍କଡ଼ାହାଡ଼ ବ୍ଲକ ସଭାପତି ତଥା କେରଜୋଳି ସରପଞ୍ଚ ରାଜକିଶୋର ସାହୁ, ଯୁବ ସଭାପତି ତାପସ ପାଣି ଯୁବଛାତ୍ର ସଭାପତି ଶାନ୍ତନୁ କୁମାର ସାହୁ ଜିଲ୍ଲାପରିଷଦ ନବକିଶୋର ସାହୁ ଆତ୍ମା ଅଧ୍ୟକ୍ଷ ରମେଶ ମିଶ୍ର କଣ୍ଟାପାଳ ସରପଞ୍ଚ ଟିଲୋତ୍ତମ ସିଂହ କୁଟୁରିଆ ସମିତି ସଭ୍ୟ ଅଭୟ କୁମାର ନାୟକ ଦଶିପୁର ସମିତି ସଭ୍ୟ ପ୍ରସନ୍ନ ସାହୁ ପୂର୍ବତ୍ତନ ସରପଞ୍ଚ ପଟାୟାତ ଦେହୁରୀ ଆଦିବାସୀ ନେତା କରୁଣାକର ହେମ୍ବ୍ରମ ପୂର୍ବତ୍ତନ ସମିତି ଯୁଗଳ ମହାନ୍ତି ଉମାଶଙ୍କର ସାହୁ ପ୍ରଦୀପ ସେଠ, ଟିକମ ହାତୀ ଲିପୁ ସାହୁ, ଅନୁଜ ସାହୁ, ମନୋହାର ସାହୁ ମଞ୍ଚପରିଚାଳନା କରିଥିଲେ ନଗେଶଚନ୍ଦ୍ର ପଣ୍ଡା ଦେଇ ଧନ୍ୟବାଦ ସେଇ ଶେଷ କରିଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button