ଓଡିଶା

ରାଇରଙ୍ଗପୁର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଞ୍ଜିକୃତ ହେଲେ ୧୦୮ଜଣ ଭିନ୍ନକ୍ଷମ 

ରାଇରଙ୍ଗପୁର :ତା ୧୬-୧୦-୨୦୨୬ ରିଖ.(ଶ୍ଯାମଳେନ୍ଦୁ ପରିଡା)ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି.ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ତହସିଲଦାର ଭବାନୀ ପ୍ରସାଦ ସାହୁ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମବାରି ମୁର୍ମୁ ଓ ବିଧାୟକଙ୍କ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଏହି ଯୋଜନାର ନାମକରଣର ଯଥାର୍ଥତା ପ୍ରତିପାଦନ କରିବା ସହ ଚଳିତ ବର୍ଷ ଏହି ଶିବିର ଜିଲ୍ଲାରେ ରାଇରଙ୍ଗପୁର ବ୍ଲକରେ ପ୍ରଥମେ ଅନୁଷ୍ଠିତ ହେଉଛି ବୋଲି ଉଲ୍ଲେଖ କରିଥିଲେ. ଭିନ୍ନକ୍ଷମ ମାନେ ସାଧାରଣ ଭାବେ ସକ୍ଷମ ନହେଲେବି ସ୍ୱତନ୍ତ୍ର ଭାବେ ସକ୍ଷମ. ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତଭାବେ ସାମର୍ଥ୍ୟ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ହେଉଛି ଏହି ଶିବିରର ମୂଳ ଲକ୍ଷ୍ୟ.ତେଣୁ ରାଇରଙ୍ଗପୁର ବ୍ଲକ ଓ ସହରାଞ୍ଚଳର ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଶିବିରକୁ ଆସି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଉଦିଷ୍ଟ ଯୋଜନାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ.

 

ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଶ୍ରୀମତୀ ପଣ୍ଡା, ଶିବିର ଆୟୋଜନର ଆଭିମୁଖ୍ୟ ଓ ଉପାଦେୟତା ସମ୍ଭନ୍ଧରେ ଉପସ୍ଥାପନ କରିବା ସହ ଆଜିର ଏହି ଶିବିରରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ପାଇଁ ବ୍ୟବସ୍ଥା,ଯାତାୟାତ ପାଇଁ ବସ ପାସ୍ ଯୋଗାଇଦେବା ଏବଂ ବ୍ୟାଙ୍କରୁ ଋଣ ପାଇବା ନେଇ ପ୍ରମାଣ ପତ୍ର ପ୍ରଦାନ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା ରହିଛି ବୋଲି ବ୍ୟକ୍ତ କରିଥିଲେ.

 

ଆଜିର ଅନୁଷ୍ଠିତ ଶିବିର ରେ ରାଇରଙ୍ଗପୁର ବ୍ଲକ ତଥା ପୌରପାଳିକା ଅଂଚଳର ପ୍ରାୟ ୧୦୮ଜଣ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ.

 

ବାରିପଦା ଓ ରାଇରଙ୍ଗପୁର ଡାକ୍ତରଖାନାର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ. ଶିବିର ରେ ଆଜି ଅସ୍ଥି ଶଲ୍ୟ ରେ ୩୨ଜଣ , ପକ୍ଷାଘାତ ରେ ୧୪ଜଣ , ଦୃଷ୍ଟିବାଧିତରେ ୧୬ଜଣ, ମାନସିକ ଅନଗ୍ରସର ରେ ୧୫ ଜଣ, ଇ ଏନ ଟି ରେ ୧୧ଜଣ, ମାଇନର ସର୍ଜରୀ ପାଇଁ ୦୯ ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା.

 

ସେହିପରି ଵାଣିଶ୍ରୀ ମେଧା ବୃତ୍ତି ପାଇଁ ୦୨ଜଣ , ଡି ଆର ଆଇ ଋଣ ପାଇଁ ୦୫ ଜଣ, ଭତ୍ତା ପାଇଁ ୨୫ଜଣଙ୍କୁ ଚୟନ କରାଯାଇଛି. ୦୫ଜଣଙ୍କୁ ସହାୟତା ଉପକରଣ,୩୫ ଜଣଙ୍କୁ ବସ ପାସ, ଇନକମ ପ୍ରମାଣ ପତ୍ର ପାଇଁ ୩୦ଜଣ , ଦକ୍ଷତା ତାଲିମ ପ୍ରଦାନ ପାଇଁ ଜଣଙ୍କୁ ଏବଂ ହାଉସିଂ ପାଇଁ ଜଣଙ୍କୁ ମନୋନୀତ କରାଯାଇଛି.

 

ଏହି ଅବସରରେ ମୁଖ୍ୟ ଅତିଥି ୫ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ, ହୁଇଲ ଚେୟାର ଇତ୍ୟାଦି ସହାୟତା ଉପକରଣ ବଣ୍ଟନ କରିଥିଲେ.

 

କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଵିଆରଟି ମହେଶ ମହାପାତ୍ର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

 

କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button