ମିଳୁନି ରାସନ ଭୋକ ଉପାସ ରେ ଦିନ କାଟୁଛନ୍ତି ଭିନ୍ନକ୍ଷମ

ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ, ଦ୍ୱାରିକା ଗୁଡିଖୋଳା ଗ୍ରାମରେ ଭିନ୍ନକ୍ଷମ ୮୦ଶତକଡା ପୂର୍ଣ୍ଣ ଚନ୍ଦ୍ର ସିଂ, ଜଣେ ପକ୍ଷପାତ ରୋଗରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଶଯ୍ୟାଶାୟୀ ଅବସ୍ଥାରେ, ଜୀବନ ମରଣ ଶହ ସଂଗ୍ରାମ କରୁଛନ୍ତି,ଭତା ଟଙ୍କା ରାସନ ସାମଗ୍ରୀ ଏକମାତ୍ର ବଂଚିବା ର ସାହା,ଭତା ମିଳୁଛି କିନ୍ତୁ ରାସନ ସାମଗ୍ରୀ ଦୁଇମାସ ହେଲା ବନ୍ଦ ଅଛି, ekyc ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଳୁନାହିଁ ରାସନ ସାମଗ୍ରୀ, ଏ ବିଷୟରେ ବାରମ୍ବାର ଔପଦା ବ୍ଲକ ବିଭାଗୀୟ ଅଧିକାରିଣୀ ଦୀପିକା ବେହେରାଙ୍କୁ ଜଣାଇଲା ପରେ, ଭିନ୍ନକ୍ଷମ ଙ୍କୁ ରାସନ ସାମଗ୍ରୀ ଦେବା ପାଇଁ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ତେଣୁ ତୁରନ୍ତ ଭିନ୍ନକ୍ଷମ ପୂର୍ଣ୍ଣଚନ୍ଦ୍ର ସିଂ ଙ୍କୁ ରାସନ ସାମଗ୍ରୀ ତାଙ୍କ ଘରେ ଦେବାକୁ ସାଧାରଣ ରେ ଦାବି କରିବା ଶହ ଜିଲ୍ଲା ବିଭାଗୀୟ ଅଧିକାରୀ ଏହିପରି ଅସହାୟ ଙ୍କୁ କିପରି ହାତ ପାହାନ୍ତାରେ ରାସନ ସାମଗ୍ରୀ ପାଇ ପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ,



