ଓଡିଶା

ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ

ରେଙ୍ଗାଲି କ୍ୟାମ୍ପ,୨୦/୧୦( ନି,ପ୍ର) ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ସ୍ଥିତ ବହୁ ପୁରାତନ ଶ୍ରୀରାମ ବାବାମଠ ପରିସର ରେ ଅତାବିରା ଅଞ୍ଚଳ ତଥା ଆଖପାଖ ଗ୍ରାମର ଗୌଡିଅ ସମ୍ପ୍ରଦାୟର ଉଦଣ୍ଡ ସଂକୀର୍ତ୍ତନ ପ୍ରତି ମାସ ନବମୀ ତିଥିରେ ଅନୁଷ୍ଠିତ ହୋଇଥାଏ।ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପହଞ୍ଚିବା ପରେ ଶ୍ରୀରାମ ବାବା ମଠ ମୁଖ୍ୟ ଦ୍ଵାର ଠାରେ ଫୁଲ ଚନ୍ଦନ ସହ ଉତ୍ତରୀୟ ଦେଇ ହରିବୋଲ ହୁଳହୁଳି ସହ ସଙ୍କୀର୍ତ୍ତନ ମାଧ୍ୟମରେ ପାଛୋଟି ନେଇଥିଲେ।ଏହା ପରେ ସାଂସଦ ଶ୍ରୀଯୁକ୍ତ ପୁରୋହିତ ଶ୍ରୀରାମ ମହାପ୍ରଭୁ ଙ୍କ ଚରଣ ଆଶୀର୍ବାଦ ଭିକ୍ଷା କରିଥିଲେ।ତତ ସଙ୍ଗେ ଶ୍ରଦ୍ଧାଳୁ ଙ୍କ ଗହଣରେ ଅର୍ଦ୍ଧ ନିର୍ମିତ ଭାବେ ପଡ଼ି ରହିଥିବା ଏକ କୋଠରୀ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ରାଶି ସରକାରୀ ସ୍ତରରେ ପ୍ରଦାନ କରିଥିଲେ।ଏହା ବ୍ୟତୀତ ଖୋଲା ରହିଥିବା ସ୍ଥାନ ମାନଙ୍କରେ ଆବଶ୍ୟକ ହେଉଥିବା ପାଚେରୀ ପାଇଁ ଶ୍ରଦ୍ଧାଳୁ ମାନେ ଦାବୀ କରିଥିଲେ।ଏହି ପରିପେଖି ରେ ଶ୍ରୀରାମ ମଠ ମଠାଧୀଶ ସନ୍ଥ ଗିରୀ ମହାରାଜ ଓ ଟାଙ୍ଗର ପାଲି ଆଶ୍ରମ ର ସ୍ବାମୀ ନାରଦାନନ୍ଦ ସରସ୍ଵତୀ ଦ୍ବୟ ଙ୍କୁ ସାଂସଦ ଶ୍ରୀଯୁକ୍ତ ପୁରୋହିତ ଉପ ଢ଼ୌକନ ଦେଇ ବାବା ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button