ଓଡିଶା
ପବିତ୍ର ଦୁର୍ଗା ପୂଜା ମହା ଆଡ଼ମ୍ବରରେ ପାଳିତ

ଯାଜପୁର ( ନିରୋଜ କୁମାର ସେଠୀ )ଯାଜପୁର ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ପଞ୍ଚାୟତ ମଝି ସାହି ଠାରେ ମା ତ୍ରିଲୋଚନୀ ଦେବି ଦୁର୍ଗା ମା ଙ୍କ ୪୯ ତମପୂଜା ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି ମାଁଙ୍କର ଦର୍ଶନ ପାଇଁ ଶହ ଶହ ଭକ୍ତ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ରହ୍ମ ବରଦା ଥାନାର ବହୁ ପୋଲିସ ବାହିନିର କର୍ମଚାରୀ ମାନଙ୍କୁ ନିଯୁକ୍ତ କରାଯାଇ ଥିଲା ଆଖ ପାଖ ଅଞ୍ଚଳରୁ ବହୁ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ।ପୁଜାର କର୍ତ୍ତା ଭାବରେ ସରପଞ୍ଚ ବିକ୍ରମ କୁମାର ଵେହେରା , ମୁଖ୍ୟ ପୁଜକ ସୁରେଶ ଚନ୍ଦ୍ର ଦାଶ,ସହଯୋଗି ପୂଜକ ଦେବଦତ୍ତ ସତପଥି,ବୃନ୍ଦାବନ ଚନ୍ଦ୍ର ପଣ୍ଡା, ଦେବାଶିଷ ପଣ୍ଡା, ଯୋଗଦାନ କରିଥିଲେ। ଆଖପାଖ ଅଂଚଳର ଦୂର୍ଗାଦେବି ଙ୍କ ମଧ୍ୟରେ ବାସନ୍ତି ଦୂର୍ଗା,କଷଣୀ ଦୁର୍ଗା,ବଷ୍ଠମାଣୀ ଦୂର୍ଗା,ବଡଦଶ ଭୂଜା ,ସାନ ଦଶଭୂଜା,ଏପରି ଭାବରେ ୧୪ ଗୋଟି ମେଢ କୁ ପୁଜା କରାଯାଇ ଥିଲା।



