ଓଡିଶା

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ: ଡଃ ସତ୍ୟଜିତ ନାୟକ

କଟକ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଜନସାଧାରଣ ଭୟଭୀତ ନହେବା ସହ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୁଜବ ଓ ଅବିଶ୍ୱସନୀୟ ସୂଚନାକୁ ବିଶ୍ୱାସ ନକରିବାକୁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡଃ ସତ୍ୟଜିତ ନାୟକ ଅପିଲ୍ କରିଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବାରୁ ଲୋକମାନେ ଧୈର୍ଯ୍ୟ ରଖିବା ସହ ସରକାରୀ ନିର୍ଦ୍ଦେଶ ପାଳନ କରନ୍ତୁ ବୋଲି ସେ କହିଛନ୍ତି। ବିପର୍ଯ୍ୟୟ ସମୟରେ ଗୁଜବ ଓ ଭ୍ରମାତ୍ମକ ଖବର ଅଯଥା ଭୟ ସୃଷ୍ଟି କରିବା ସହ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ବାଧା ଦେଇପାରେ। ତେଣୁ କୌଣସି ସୂଚନାର ସତ୍ୟତା ଯାଞ୍ଚ ନକରି ତାହାକୁ ସେୟାର ନକରିବା ଏବଂ ବାତ୍ୟା ସମ୍ପର୍କିତ ସୂଚନା ପାଇଁ ଅଧିକୃତ ସରକାରୀ ସୂତ୍ର ଉପରେ ଭରସା କରିବାକୁ ଆଇଜିପି ପରାମର୍ଶ ଦେଇଛନ୍ତି। ଏଥିସହ ଜନସାଧାରଣ ସରକାର, ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ସହଯୋଗ କରିବା, ଆବଶ୍ୟକ ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବା, ବିପଦପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା ଏବଂ ପ୍ରଶାସନର ସତର୍କ ସୂଚନା ଅନୁସରଣ କରିବା ଉଚିତ। ବାତ୍ୟା ମୁକାବିଲାରେ ପୁଲିସ ପ୍ରଶାସନ ସଜାଗ ରହିଥିବା ବେଳେ ସମସ୍ତେ ସଚେତନ ଓ ସହଯୋଗୀ ହୋଇ ରହିଲେ ଜନସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି ଡଃ ସତ୍ୟଜିତ ନାୟକ, ଆଇଜିପି, କେନ୍ଦ୍ରାଞ୍ଚଳ, କଟକ ଆହ୍ୱାନ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button