କାଳୀପୂଜାରେ ଆଇଜି ଡଃ ସତ୍ୟଜିତ ନାୟକଙ୍କ ଶୁଭେଚ୍ଛା ବାର୍ତ୍ତା, ମା’ କାଳୀଙ୍କ ଆଶୀର୍ବାଦରେ ସମାଜରେ ଶାନ୍ତି, ନ୍ୟାୟ, ଏକତା ଓ ସଦ୍ଭାବନା ସୁଦୃଢ଼ ହେଉ

କଟକ:ପବିତ୍ର କାଳୀପୂଜା ଅବସରରେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍, ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମା’ କାଳୀଙ୍କ ଅପାର କରୁଣା ଓ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସାହସ, ଶକ୍ତି, ଜ୍ଞାନ ଓ ସକାରାତ୍ମକ ଚିନ୍ତାଧାରାରେ ପରିପୂର୍ଣ୍ଣ ହେଉ ବୋଲି ସେ କାମନା କରିଛନ୍ତି। ମା’ଙ୍କ ଆଶୀର୍ବାଦ ଜୀବନରୁ ସମସ୍ତ ଅନ୍ଧକାର, ନକାରାତ୍ମକତା ଓ ଅଶୁଭ ଶକ୍ତିକୁ ଦୂର କରି ସମସ୍ତଙ୍କୁ ଶାନ୍ତି, ସମୃଦ୍ଧି ଓ ନ୍ୟାୟର ପଥରେ ଆଗେଇ ନେଉ ବୋଲି ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ସମାଜରେ ସତ୍ୟ, ନ୍ୟାୟ ଓ ଧର୍ମର ସର୍ବଦା ବିଜୟ ହେବା ସହ ମାନବିକତା ଓ ପରସ୍ପର ପ୍ରତି ସମ୍ମାନର ଭାବନା ଅଧିକ ମଜବୁତ ହେଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଡଃ ନାୟକ କହିଛନ୍ତି ଯେ, କାଳୀପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଶକ୍ତି, ସାହସ, ଅନ୍ୟାୟ ବିରୋଧରେ ସଂଘର୍ଷ ଓ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ଏହି ପବିତ୍ର ପର୍ବ ସମାଜରେ ଭାଇଚାରା, ଏକତା, ସଦ୍ଭାବନା ଓ ସାମାଜିକ ସମନ୍ୱୟକୁ ଆହୁରି ସୁଦୃଢ଼ କରୁ। ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ସମସ୍ତେ ପରସ୍ପରର ସୁଖଦୁଃଖରେ ସାମିଲ ହୋଇ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ସମାଜ ଗଠନରେ ସହଯୋଗ କରନ୍ତୁ ବୋଲି ସେ ଆହ୍ୱାନ ଜଣାଇଛନ୍ତି। ଏଥିସହ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଭରିଯାଉ ବୋଲି ମା’ କାଳୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଓଡ଼ିଶା ପୋଲିସ ଏବଂ କେନ୍ଦ୍ରାଞ୍ଚଳ ପକ୍ଷରୁ ସମସ୍ତଙ୍କୁ ପବିତ୍ର କାଳୀପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଡଃ ନାୟକ ଏହି ପର୍ବକୁ ଶ୍ରଦ୍ଧା, ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିବାକୁ କାମନା କରିଛନ୍ତି।


