ପାଟଣା ବିଧାୟକ ଙ୍କ ସହଯୋଗୀ ବୃଷଭ ମହାନ୍ତ ଆଉ ନାହାନ୍ତି

ପାଟଣା:୮/୧୧( ବିନାୟକ ନିୟୁଜ୍) ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ବ୍ୟକ୍ତିଗତ ସହଯୋଗୀ ତଥା ଜଣେ ପ୍ରଖର ରାଷ୍ଟ୍ରଭକ୍ତ ବିଜେପି କର୍ମୀ ବୃଷଭ ମହାନ୍ତ (୩୮)ଙ୍କ ର ଗତରାତି ୯ ଟା ରେ ଅକାଳ ବିୟୋଗ ଘଟିଛି।ସେ ମସ୍ତିସ୍କାଘାତର ଶୀକାର ହୋଇଥିଲେ।କେନ୍ଦୁଝର ଜିଲ୍ଲା ଷଡ଼ଙ୍ଗୀ ପଞ୍ଚାୟତ ଖୁଣ୍ଟାପଡା ଗ୍ରାମ ବାସିନ୍ଦା ବୃଷଭ ମହାନ୍ତ ତାଙ୍କର ଅମାୟିକ ବ୍ୟବହାର ଓ ହସ ହସ ମୁଁହ ଯୋଗୁଁ ଅଞ୍ଚଳ ବାସୀ ଙ୍କ ର ବେଶ୍ ଜନପ୍ରିୟ ଥିଲେ ।ଖବର ପାଇ ଆଜି ସକାଳୁ ବିଧାୟକ ଶ୍ରୀ ନାଏକ, ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।ବୃଷଭ ଙ୍କ ବିୟୋଗ ରେ ସାଂସଦ ଅନନ୍ତ ନାୟକ ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାଏକ,ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ ଓ ଭାବଗ୍ରାହୀ ମହାନ୍ତ ,ଗଣମାଧ୍ୟମ ପ୍ରତିନିଧି ନୃସିଂହ ନାଥ ସିଂହ ,କିଶୋର ଚନ୍ଦ୍ର ମହାନ୍ତ,ବିଜୟ ରତ୍ନ ପତି,ପାର୍ଥସାରଥୀ ପାତ୍ର,ବୀରକିଶୋର ଦାଶ ,ସନ୍ତୋଷ ପତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗ ରେ ଗଭୀର ଶୋକ ବ୍ୟକ୍ତି କରିବା ସହ ଶୋକ ସନ୍ତପ ପରିବାର କୁ ସମବେଦନା ଜଣାଇଛନ୍ତି ।


