ଓଡିଶା

ଓଡିଶା ପାଇଁ ଗୌରବ ଆଣିଲେ ରମେଶ, ମାଟିର ଶିଳ୍ପ ଶିକ୍ଷା ପାଇଁ ପୋଲାଣ୍ଡ ରୁ ଆସିଛନ୍ତି ମହିଳା

ବାଲେଶ୍ବର ( ଦେବାଶିଷ ଦାଶ )ଓଡ଼ିଶାର ମାଟି କଳାର ଆକର୍ଷଣ ଏବେ ସୁଦୂର ପୋଲାଣ୍ଡ ଦେଶରେ!

ମାଟି ଶଙ୍ଖର ମୟୂର ମୋହିତ କଲା ବିଦେଶୀ କଳାକାରଙ୍କୁ।

ବାଲେଶ୍ୱର ଜିଲ୍ଲା, ଔପଦା ବ୍ଲକ, ଇଶ୍ୱରପୁର ପଞ୍ଚାୟତର ଚିନ୍ତାମଣିପୁର ଗ୍ରାମର ଟେରାକୋଟା ଶିଳ୍ପୀ MCP ରମେଶ ଚନ୍ଦ୍ର ମୁଦୁଲିଙ୍କ ପାଖକୁ ମାଟି ଶଙ୍ଖ ତିଆରି କଳା ଶିଖିବା ପାଇଁ ସୁଦୂର ପୋଲାଣ୍ଡ ଦେଶରୁ ଆସିଛନ୍ତି ମହିଳା ମାଗ୍ଦାଲେନା (Magdalena)। ସେ ଜଣେ ଦକ୍ଷ ସେରମ୍ମିକ ଆର୍ଟିଷ୍ଟି

ଦିଲ୍ଲୀରେ ଅନୁଷ୍ଠିତ ଟେରାଫେଷ୍ଟ ମେଳାରେ,ରମେଶ ଙ୍କ ମାଟି ଶଙ୍ଖରେ ନିର୍ମିତ ମୟୂର କଳାକୃତି ତାଙ୍କୁ ବେଶ୍ ଆକର୍ଷିତ କରିଥିଲା। ସେହି ସମୟରେ ସେ ରମେଶ ଙ୍କୁ କହିଥିଲେ, “ମୁଁ ଆପଣଙ୍କ ଘରକୁ ଆସି ଏହି କଳା ଶିଖିବାକୁ ଚାହୁଁଛି। ଆପଣ ମୋତେ ଶିଖାଇବେ କି?”ରମେଶ ମଧ୍ୟ ଖୁସିର ସହ ତାଙ୍କୁ ଶିଖାଇବା ପାଇଁ ସମ୍ମତି ଦେଇଥିଲେ, ଆଜି ସେ ତାଙ୍କ ଗାଁକୁ ଆସି ଲଗାତାର ୩ ଦିନ ହେଲା, ରମେଶ ଙ୍କ ପାଖରେ ମାଟି ଶଙ୍ଖ ତିଆରିର କଳା ଶିଖୁଛନ୍ତି।

ଗାଁର ପରିବେଶ, ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଐତିହ୍ୟ କୁ ସେ ବହୁତ ଭଲ ପାଇଛନ୍ତି। ଓଡିଶା ର ସଂସ୍କୃତିକୁ ମଧ୍ୟ ଆନ୍ତରିକତାର ସହ ଅନୁସରଣ କରୁଛନ୍ତି। ଆସନ୍ତା ବର୍ଷ ପୁଣି ଆସିବା ପାଇଁ ସେ ଯୋଜନା କରୁଛନ୍ତି। ଏଥିସହିତ ନିଜ ଦେଶ ପୋଲାଣ୍ଡକୁ ରମେଶ କୁ ଯିବା ନିମନ୍ତ୍ରଣ କରିଛନ୍ତି, ଯେଉଁଠାରେ ଅନ୍ୟମାନଙ୍କୁ ମଧ୍ୟ ମାଟି ଶଙ୍ଖ ତିଆରି କଳା ଶିଖାଇବାର

ସୁଯୋଗ ମିଳିବ। ତେଣୁ ରମେଶ ଏହି ମାଟି କଳାକୁ ଦେଶ ବିଦେଶରେ ପହଞ୍ଚାଇବା ତାଙ୍କର ଏକମାତ୍ର ସ୍ୱପ୍ନ। ଯଦି ଭଗବାନଙ୍କ ଆଶୀର୍ବାଦ ରହିବ, ତେବେ ନିଶ୍ଚିତ ଭାବେ ପୋଲାଣ୍ଡ ଯାଇ ଆମ ଓଡ଼ିଶାର ପାରମ୍ପରିକ ମାଟି କଳାର ପ୍ରଚାର ଓ ପ୍ରସାର କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ମାଟି କେବଳ ମାଟି ନୁହେଁ, ଏହା ଆମର ପରିଚୟ, ସଂସ୍କୃତି ଓ ପରମ୍ପରା। ଆମ ଗାଁର କଳା ଆଜି ବିଦେଶରେ ନୂଆ ପରିଚୟ ସୃଷ୍ଟି କରିପାରିଛି,

Related Articles

Leave a Reply

Your email address will not be published. Required fields are marked *

Back to top button