ଓଡିଶା

ସାଂସଦଙ୍କ ଜନ୍ମ ଦିନ ପାଳିଲେ ମୁଖ୍ଯମନ୍ତ୍ରୀ

ନିଜ ଜନ୍ମ ଦିନରେ ପିଠା ଓ କେକ୍ କାଟି ମୁଖ୍ଯମନ୍ତ୍ରୀ ଙ୍କୁ ଖୁଆଇଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ବର ( ଦେବାଶିଷ ଦାଶ ) ଆଜି ବାଲେଶ୍ଵର ଗସ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବାଲେଶ୍ଵର ପୋଲିସ ଲାଇନ୍ ପଡ଼ିଆଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ। ପରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ସମୟରେ ନୀଳଗିରି ଗସ୍ତରେ ଆସି ସାଂସଦ ଙ୍କ ୭୨ ତମ ଜନ୍ମ ଦିବସ ପାଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବିଶାଳ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ମୋଟ ୧୮୦୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସାଂସଦଙ୍କ ଦୀର୍ଘାୟୁ କାମନା କରିଥିଲେ। ନିଜ ଜନ୍ମ ଦିନରେ ସମସ୍ତ ରକ୍ତଦାତା ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ। ପରେ ସାଂସଦ ୨୫ ଗୋଟି ପଞ୍ଚାୟତର ମହିଳା ଗୋଷ୍ଟୀଙ୍କୁ ଶିଲାଇ ମେସିନ୍ ଓ ଦିବ୍ୟବ୍ୟଙ୍ଗକୁ ସାଇକେଲ ପ୍ରଦାନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରେମୁଣା ବିଧାୟକ ତଥା ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ନିଳଗିରି ବିଧାୟକ, ସନ୍ତୋଷ ଖଟୁଆ , ବଡ଼ସାହି ବିଧାୟକ ସନାତନ ବିଜୁଳି, ଓ ବିଜେପି ଜିଲ୍ଳା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button