ସରକାରୀ ପଲିଟେକ୍ନିକ୍ରେ ସତର୍କତା ସଚେତନତା ସପ୍ତାହ ପାଳିତ
ସତ୍ୟନିଷ୍ଠାର ଶପଥ ନେଲେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ

ବାଲେଶ୍ବର ( ଦେବାଶିଷ ଦାଶ )
ସତର୍କତା ସଚେତନତା ସପ୍ତାହ ୨୦୨୬ ଅବସରରେ ରେମୁଣାସ୍ଥିତ ସରକାରୀ ପଲିଟେକ୍ନିକ୍, ବାଲେଶ୍ୱରଠାରେ ସତ୍ୟନିଷ୍ଠାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସତ୍ୟନିଷ୍ଠା, ସଚ୍ଚୋଟତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧ ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଥିଲେ। ନିଜ ଜୀବନ ଓ କର୍ମକ୍ଷେତ୍ରରେ ନୈତିକ ମୂଲ୍ୟବୋଧ ପାଳନ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବରିଷ୍ଠ ଅଧ୍ୟାପକ ଦେବବ୍ରତ ଘୋଷ ଓ ମୁକ୍ତିକାନ୍ତ ପାଢ଼ୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବରିଷ୍ଠ ଅଧ୍ୟାପିକା ନିରୁପମା ପଣ୍ଡାଙ୍କ ସମେତ ବରିଷ୍ଠ ଅଧ୍ୟାପକ ବିଶ୍ୱଜିତ୍ ମଲ୍ଲିକ, ଯଦୁନାଥ ମୁର୍ମୁ ଓ ପଦ୍ମଲୋଚନ ବେହେରା ସହଯୋଗ କରିଥିଲେ। ଏଥିରେ ଅଧ୍ୟାପକ ହିମାଂଶୁ ଭୂୟାଁ, ରାଜଶ୍ରୀ ନାୟକ, ମିହିର ସୋରେନ, ନିବେଦିତା ସାମଲ, ପ୍ରକାଶ ଦାସ, ଭୀମସେନ ମୁର୍ମୁଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


