ଓଡିଶା

ମୋ ବଡଚଣା ପକ୍ଷରୁ ମିନି ମାରାଥନ, ବାଳକରେ ରାକେଶ, ବାଳିକା ରେ ଶୁଭଶ୍ରୀ ଚମ୍ପିୟାନ

ଚଣ୍ଡିଖୋଲ,୧୪/୧୧(ବିନାୟକ ନିୟୁଜ୍) ପବିତ୍ର ଶିଶୁ ଦିବସ ଅବସରରେ ବଡଚଣା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭ମ ବାର୍ଷିକ ମୋ ବଡଚଣା ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବଡଚଣା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷା ମନୋରମା ଆଚାର୍ଯ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ବାଳକ ବିଭାଗରେ ରାକେଶ କୁମାର ବାରିକ୍ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ବାଳିକା ବିଭାଗରେ ଶୁଭଶ୍ରୀ ବିଶ୍ବାଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କମିଟିର ସଂଯୋଜକ ପ୍ରଦୀପ ଧଳ ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୋ ବଡଚଣା ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷା ମନୋରମା ଆଚାର୍ଯ୍ୟ ଯୋଗଦେଇ ଗ୍ରାମାଞ୍ଚଳରେ ଥିବା କ୍ରୀଡ଼ାବିତ୍ ମାନଙ୍କ କ୍ରୀଡ଼ାର ବିକାଶ ସହିତ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ସହିତ କ୍ରୀଡ଼ାବିତ୍ ମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କ୍ଷେତ୍ରରେ ଏହି ମିନି ମାରାଥନ ସାହାଯ୍ୟ କରିବ ବୋଲି କହିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ସେନା ଅଧିକାରୀ ଧୁଳେଶ୍ୱର ଦାସ, ଜଗନ୍ନାଥ ମୁଦୁଲି ରଂଜନ କୁମାର ସିଂହ, ଜ୍ଞାନରଞ୍ଜନ ସିଂହ, ପ୍ରଭାସ ଜେନା, ଆଇନଜୀବୀ ଦେବରାଜ ବେହେରା, ଶ୍ରୀନିବାସ ବିଶ୍ବାଳ,ଆଶିଷ ରଂଜନ ଚୌଧୁରୀ, ପ୍ରିୟବ୍ରତ ଖିଲାର, କଳ୍ପତରୁ ରାଉତ, ସଚିତ୍ର କୁମାର ମାହାଲା, ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ମାରାଥନ୍ ଦୌଡ଼ ପ୍ରତିଯୋଗିତା କୁ କ୍ରୀଡା ଶିକ୍ଷକ ମନୋରଞ୍ଜନ ସିଂହ ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button