ମଧୁବାବୁ ପେନସନ ଯୋଜନାର ନୂତନ ହିତ।ଧିକାରୀମାନଙ୍କୁ ଭତ୍ତା ବଣ୍ଟନ
ନୀଳଗିରି ( ଦେବାଶିଷ ଦାଶ ) ଅଦ୍ୟ ଦିବା ଘ.୧୦ଟିକା ସମୟରେ ନୀଳଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାର ନୂତନ ଭାବେ ଯୋଡ଼ି ହୋଇ ଥିବା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ତଥା ପୂ.କେନ୍ଦ୍ରମନ୍ତ୍ରୀ ,ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭ ଲକ୍ଷ୍ମୀ ମାଝୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତଥା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୈଳେନ୍ଦ୍ର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରକାଶ ଥାଉକି,ଓଡ଼ିଶା ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଚଳିତ ମାସ ୧୦ ତାରିଖରେ ବାଲେଶ୍ୱର ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ସମାରୋହରେ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ଯୋଡ଼ି ହୋଇ ଥିବା ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ହିତାଧିକାରୀଙ୍କ ଭତ୍ତା ଏବଂ ୟୁ ପି ଏମ ପି ପୋର୍ଟାଲ ର ଶୁଭାରମ୍ଭ କରିଥିଲେ।ଏହି ଯୋଜନାରେ ନୂତନ ଭାବେ ସାମିଲ ହୋଇ ଥିବା ନୀଳଗିରି ବ୍ଲକ ଅଧିନସ୍ଥ ସମସ୍ତ ପଞ୍ଚାୟତରୁ ବିଭିନ୍ନ ବର୍ଗର ବିଧବା, ଦିବ୍ୟାଙ୍ଗ,ବାର୍ଦ୍ଧକ୍ୟ ଜନିତ ମୋଟ ୧୯୫୪ ଜଣ ହିତାଧିକାରୀମାନଙ୍କୁ ମାନ୍ୟବର ସାଂସଦ ତଥା ପୂ.କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଷଡ଼ଙ୍ଗୀ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଖଟୁଆ ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ ଭତ୍ତା ବଣ୍ଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ସ୍ୱପ୍ନ କୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ବିଭିନ୍ନ ସ୍ତରରେ ଦୁର୍ବଳଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା,ଅର୍ଥନୈତିକ ମାନଦଣ୍ଡ ଅଭିବୃଦ୍ଧି କରାଇବା ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ମତ ବ୍ୟକ୍ତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତଥା ବି.ଏସ. ଏସ.ଓ ଶ୍ରୀଯୁକ୍ତ ଶତପଥୀ ମଞ୍ଚ ପରିଚାଳନା କରିଥିଲେ।ଏଥିରେ ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଆସିଥିବା ହିତାଧିକାରୀ ପଞ୍ଚାୟତ ସମିତି କର୍ମକର୍ତ୍ତା ସମେତ ସାମ୍ବାଦିକବନ୍ଧୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


