ପ୍ରତିକାର ପକ୍ଷରୁ ଜାତୀୟ ପ୍ରେସ ଦିବସ-୨୦୨୬ପାଳିତ

ଭୁବନେଶ୍ବର ୧୬/୧୧( ବିନାୟକ ନିୟୁଜ୍) ସ୍ଥାନୀୟ ୯ ନମ୍ବର ସ୍ଥିତ ରେଡ କ୍ରସ ଭବନ ଠାରେ ଦୈନିକ ଖବରକାଗଜ ପ୍ରତିକାରପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି !ଏଥିରେ ମୁଖ୍ୟଅତିଥି ଭାବରେବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାଶ
ମୁଖ୍ୟବକ୍ତାଭାବରେ ବଡଖବର ପ୍ରତିଷ୍ଠାତା ସାମ୍ବାଦିକ ଶ୍ରୀଯୁକ୍ତ ଅର୍ଧେନ୍ଦୁ ଦାସ, ସ୍ଵତନ୍ତ୍ର ଅତିଥିଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତପ୍ରିୟଦର୍ଶୀ ମିଶ୍ର .ଅନ୍ୟତମ ଅତିଥି ଇଂ ପ୍ରଶାନ୍ତ ଅର୍ଚର୍ଯ୍ୟ.ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥିଭାବେଶ୍ରୀଯୁକ୍ତ.ଡ଼କ୍ଟର ମହେଶ୍ୱର ସାମ୍ବାଦିକ ଇଂ ସଂଜୟ କୁମାର ହୋତା, ପ୍ରଫେସର ଡ଼କ୍ଟର ସୂର୍ଯ୍ୟପ୍ରକାଶ ସ ଚୌଧୁରୀ, ସାମ୍ବାଦିକ ରାକେଶ ମହାନ୍ତି, ପଚାୟତ ସମିତି ଅଧ୍ୟକ୍ଷ ପାପଡାହାଣ୍ଡି ର ସୁଶାନ୍ତ ବେହେରା .ପ୍ରମୁଖ ସଂମ୍ମାନିତ ଅତିଥିଭାବେଯୋଗଦେଇଥିବାବେଳେ ପ୍ରତିକାରର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ଅଧ୍ୟକ୍ଷତା କରି କହିଥିଲି .୧୯୬୬ ମସିହାରେ ପ୍ରେସ୍ ପରିଷଦ ଅଫ୍ ଇଣ୍ଡିଆ (PCI) ଆନୁଷ୍ଠାନିକ ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଭାରତରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଏ। ପ୍ରଥମ ପ୍ରେସ୍ କମିଶନ (୧୯୫୪-୧୯୫୬)ବସିଥିଲା! ସାମ୍ବାଦିକତା ନୀତିଶାସ୍ତ୍ର ଉପରେ ନଜର ରଖିବା ଏବଂ ପ୍ରେସ୍ ସ୍ୱାଧୀନତାକୁ ସଂରକ୍ଷଣ କରିବା ପାଇଁ ଏକ ସାମ୍ବିଧାନିକ ସଂସ୍ଥା ରଖିବାର ଧାରଣା ପ୍ରଥମେ ପ୍ରଥମ ପ୍ରେସ୍ କମିଶନ ଦ୍ୱାରା ପ୍ରସ୍ତାବିତ ହୋଇଥିଲା।
ତାପରେ ୧୯୬୫ ମସିହାର ଭାରତୀୟ ପ୍ରେସ୍ ପରିଷଦ ଆଇନ ଅନୁଯାୟୀ ୪ ଜୁଲାଇ ୧୯୬୬ ମସିହାରେ ଭାରତୀୟ ପ୍ରେସ୍ ପରିଷଦ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହାର ପ୍ରଥମ ସରକାରୀ ବୈଠକ ଅନୁଷ୍ଠିତ ହୋଇଥିଲା ୧୬ ନଭେମ୍ବର ୧୯୬୬ରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ୧୯୭୫ ମସିହାର ଆଇନକୁ ୧୯୭୫ ମସିହାରେ ବାତିଲ କରାଯାଇଥିଲା, ଏବଂ ପରେ ପିସିଆଇକୁ ୧୯୭୮ ମସିହାର ପ୍ରେସ୍ ପରିଷଦ ଆଇନ ଅନୁଯାୟୀ ଏକ ସ୍ୱାୟତ୍ତ, ଅର୍ଦ୍ଧ-ନ୍ୟାୟିକ ପ୍ରହରୀ ଭାବରେ ପୁନଃପ୍ରତିଷ୍ଠିତ କରାଗଲା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ଗଣି,ଏହି ଦିବସ ଏକ ଗଣତାନ୍ତ୍ରିକ ସମାଜରେ ଏକ ମୁକ୍ତ, ନିରପେକ୍ଷ ଏବଂ ସ୍ୱାଧୀନ ପ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜ୍ଜ୍ୱଳ କରିବା ସମାଜର ଦର୍ପଣ ଭାବରେ କାର୍ଯ୍ୟ କରିବାକୁ ଏବଂ କ୍ଷମତାକୁବ୍ୟବହାର ପାଇଁ ଅର୍ପଣ କଲେ !
ସାମ୍ବିଧାନିକ ଆଧାରେ ଭାରତରେ ପ୍ରେସର ସ୍ୱାଧୀନତା ସମ୍ବିଧାନର ଧାରା 19(1)(a) (ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା) ଅଧୀନରେ ନିହିତ, ଧାରା 19(2) ଅନୁଯାୟୀ କାର୍ଯ୍ୟକରାଗଲା !
ଏହି ଅବସରରେ ସେମିନାର, ଆଲୋଚନା ଏବଂ ମୁଦ୍ରିତ ଏବଂ ଗଣମାଧ୍ୟମରେ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବା ପାଇଁ ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାରପ୍ରଦାନ କରାଯାଏ। ଆଜି ମଧ୍ୟ୍ୟ କରାଯାଇଛି ! ସାମ୍ବାଦିକ ମାନେ ସାମ୍ବାଦିକତା କରି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ସେମାନେ ନର୍ଜ୍ୟଦାବି ପାଇବାରେ ଅବହେଳିତ, ତାର ବୃତ୍ତି ଆଉ ବ୍ରତ ହରେଇ ବସିଛି!ସରକାର ତାଙ୍କର ପେନସନ ବାବତରେ ବିଚାରକୁ ନେଉଛନ୍ତି, ଶ୍ରୀଘ୍ର ପେନସନ ପ୍ରଦାନ କଲେ ଓଡିଶା ର ବହୁ ସାମ୍ବାଦିକ ଉପକୃତ ହେଇପାରିବେ !ସାମ୍ବାଦିକ ସୁରକ୍ଷା, ସ୍ୱୀକୃତି, ପେନସନ ପ୍ରତି ସରକାର ଦୃଷ୍ଟିଗୋଚର ହୁଅନ୍ତୁ ! ସର୍ବଶେଷରେ ସାମ୍ବାଦିକ ଡ଼କ୍ଟର ପ୍ରମୋଦ କିଶୋର ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ !ଓଡିଶା ର କୁଣାଣୁକାନରୁ ବହୁ ସାମ୍ବାଦିକ ବନ୍ଧୁ ଯୋଗଦେଇ ସଭାମଣ୍ଡନ କରିଥିଲେ !


