ଓଡିଶା

ବାତ୍ୟା ଆଶଙ୍କା ମଧ୍ୟରେ ମାନବିକତାର ପରିଚୟ ଦେଲେ ଆଇଜି ଡଃ ସତ୍ୟଜିତ ନାୟକ, ପୁରୀ ସମୁଦ୍ରକୂଳ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ କଲେ ନିବେଦନ

ପୁରୀ: ବାତ୍ୟା ‘ଅକଭାନ୍’କୁ ନେଇ ଓଡ଼ିଶା ଉପକୂଳରେ ସତର୍କତା ଜାରି ହୋଇଥିବାବେଳେ ଲୋକଙ୍କ ଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଆଇଜି, ସେଣ୍ଟ୍ରାଲ ରେଞ୍ଜ, ଡଃ ସତ୍ୟଜିତ ନାୟକ ଗୁରୁବାର ପୁରୀ ସମୁଦ୍ରକୂଳ ପରିଦର୍ଶନ କରି ପୁଲିସର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସମୁଦ୍ରକୂଳରେ ପୁଲିସ ପାଟ୍ରୋଲିଂ, ଲାଇଫ୍‌ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ମୁତୟନ ଓ ପ୍ରସ୍ତୁତି ସମୀକ୍ଷା କରିବା ସହ ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କୁ ତୁରନ୍ତ ସମୁଦ୍ରକୂଳ ଖାଲି କରିବା ଏବଂ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ସେ ନିବେଦନ କରିଛନ୍ତି। ତାଙ୍କର ଏହି ନିବେଦନ କେବଳ ପ୍ରଶାସନିକ ସତର୍କବାଣୀ ନୁହେଁ, ବରଂ ମୂଲ୍ୟବାନ ମାନବ ଜୀବନ ପ୍ରତି ଗଭୀର ଚିନ୍ତା ଓ ମାନବିକତାର ପ୍ରତିଫଳନ। ସାମାନ୍ୟ ଅସାବଧାନତା ମଧ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସଚେତନ କରି ସମସ୍ତଙ୍କୁ ପୁଲିସ ଓ ପ୍ରଶାସନର ସୁରକ୍ଷା ପରାମର୍ଶ ମାନିବାକୁ ସେ ଅନୁରୋଧ କରିଛନ୍ତି। ବାତ୍ୟା ଆଶଙ୍କାର ଏହି ସମୟରେ ତାଙ୍କର ବାର୍ତ୍ତା ଥିଲା—ଜୀବନ ଅମୂଲ୍ୟ, ପ୍ରତ୍ୟେକ ଜୀବନର ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା।

Related Articles

Leave a Reply

Your email address will not be published. Required fields are marked *

Back to top button