ଓଡିଶା

ବାତ୍ୟା ମୁକାବିଲା ପାଇଁ ବିଧାନସଭା କାର୍ଯ୍ୟ ସ୍ଥଗିତ, ସୋମବାର ସକାଳ ୧୦ଟା ୩୦ରେ ପୁଣି ବସିବ ଗୃହ

ଭୁବନେଶ୍ୱର, ନଭେମ୍ବର ୨୦: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାର କାର୍ଯ୍ୟବିଧିକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆସନ୍ତା ଶନିବାର ବିଧାନସଭାର କୌଣସି କାର୍ଯ୍ୟ ହେବ ନାହିଁ। ଗୁରୁବାର ଗୃହରେ ଏନେଇ ଘୋଷଣା କରି ବାଚସ୍ପତି କହିଛନ୍ତି ଯେ ଆସନ୍ତା ସୋମବାର ସକାଳ ୧୦ଟା ୩୦ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ। ବାତ୍ୟା ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ରିଲିଫ୍‌ କାର୍ଯ୍ୟକୁ ପ୍ରାଥମିକତା ଦେଇ ଗୁରୁବାର ଏକ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଶାସକ ଓ ବିରୋଧୀ ଦଳର ନେତାମାନେ ଏଥିରେ ସହମତି ପ୍ରକାଶ କରିଥିଲେ। ବିଧାନସଭା କାର୍ଯ୍ୟ ସ୍ଥଗିତ ରହିବା ଫଳରେ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ରହି ବାତ୍ୟା ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରିବା, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିପାରିବେ। ଅନ୍ୟପକ୍ଷରେ, ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ସତର୍କତା ଓ ପ୍ରସ୍ତୁତି ଜୋରଦାର କରାଯାଇଛି। ଏଭଳି ସମୟରେ ଜନପ୍ରତିନିଧିମାନେ ନିଜ ଅଞ୍ଚଳରେ ରହି ଲୋକଙ୍କ ସହ ଯୋଡ଼ି ହେବା ଓ ଜରୁରୀ ପରିସ୍ଥିତିରେ ସହଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button