ସହିଦ ବିର୍ସା ମୁଣ୍ଡା ଜୟନ୍ତୀ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର : ୧୪\୧୧\୨୬(ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ମହୁଲଡିହା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ନଭେମ୍ବର ୧୫ ସହିଦ ବିର୍ସା ମୁଣ୍ଡା ଜୟନ୍ତୀ ନେଇ ଆଇସ୍ତା ପକ୍ଷରୁ ପ୍ରସ୍ତୁଚି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠରେ ସମ୍ପାଦକ ପାରେଶ୍ବର ମୁର୍ମୁ, ସଦସ୍ଯଗଣ ପରେଶ ଚନ୍ଦ୍ର ମୁଣ୍ଡା, ସୁନୀଲ ମାଝୀ, ରମେଶ ମାଝୀ, ଚନ୍ଦ୍ର ମୋହନ ଟୁଡୁ, ଶଙ୍କର ମାର୍ଣ୍ଡି, ବିଶ୍ବନାଥ ସୋରେନ, ସାଇନା ହେମ୍ବ୍ରମ, ଦୁର୍ଗାଚରଣ ମୁର୍ମୁ, ପ୍ରତାପ ସର୍ଦ୍ଦାର , ଡୁଗୁ ସୋରେନ ମାହାଲି, ଦିନେଶ ହେମ୍ବ୍ରମ, ପଦ୍ମମୋହନ ମାର୍ଣ୍ଡି, ମେଘରାୟ ମାଝୀ, ଫାଗୁ ହାଁସଦାଃ ଓ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ତାଙ୍କ ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଏହାପରେ ଉପଜିଲ୍ଲାପାଳ ଉଗ୍ରେସନ ଓରାମଙ୍କ ପାଖକୁ ଯାଇ ସେମାନଙ୍କ ଦାବୀ ପତ୍ର ରେ ସହିଦ ବିର୍ସା ମୁଣ୍ଡା ପାର୍କ କୁ ଜନ୍ମଦିବସ ଅବସରରେ ସମସ୍ତଙ୍କ ମାଗଣା ଖୋଲାଯାଉ ବୋଲି କହିଥିଲେ l ଏଥିରେ ସେମାନେ ଉପଜିଲ୍ଲାପାଳଙ୍କ ସହମତି ଆଶା ପ୍ରକାଶ କରିଥିଲେ l ଏଥିସହିତ ସହିଦ ବିର୍ସା ମୁଣ୍ଡା ଜୟନ୍ତୀକୁ ଧୁମଧାମ ରେ ପାଳନ କରିବେ ବୋଲି ଜୋର ଦେଇ କହିଥିଲେ l
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ


