ଆର୍.କେ. ଜୁନିଅର କଲେଜରେ “ନିଶା ମୁକ୍ତ ଯୁବ ସମାଜର ଆବଶ୍ୟକତା” ବିଷୟରେ କାର୍ଯ୍ୟକ୍ରମ

ରାଇରଂଗପୁର, ୧୪/୧୧ 🙁 ଶ୍ଯାମଳେନ୍ଦୁ ପରିଡା)
ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳାସ୍ଥିତ ଆର୍.କେ. ଜୁନିଅର କଲେଜ ପରିସରରେ “ମାଇଁ ଭାରତ”ସଂଗଠନ ସହାୟତାରେ “ନିଶା ମୁକ୍ତ ଯୁବ ସମାଜର ଆବଶ୍ୟକତା ଓ ଏହାର ଗୁରୁତ୍ୱ” ନେଇ ଏକ ସଚେତନତା କାର୍ଯ୍ୟକ୍ରମ ନଭେମ୍ବର ୧୪ ଶନିବାର ଦିନ ଆୟୋଜିତ ହୋଇଯାଇଛି। ଏହି ଅବସରରେ କଲେଜ ପରିସରରେ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଚେତନତା କର୍ମଶାଳାରେ ଇତିହାସ ଅଧ୍ୟାପକ ଅଜୟ କୁମାର ଗିରି, ରସାୟନ ବିଭାଗ ଅଧ୍ୟାପକ ପ୍ରହଲ୍ଲାଦ ସ୍ୱାଇଁ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସଂଜିବ କୁମାର ଗିରି ପ୍ରମୁଖ ବିଶେଷ ପ୍ରଶିକ୍ଷକ ଓ ଆଲୋଚକ ଭାବେ ଯୋଗ ଦେଇ ନିଶା ଠାରୁ ଦୂରେଇ ରହିବା ପାଇଁ ଏବଂ “ନିଶା ମୁକ୍ତ ଯୁବ ସମାଜ” ଗଠନର ଆବଶ୍ୟକତା ଓ ବିଶେଷତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ବକ୍ତବ୍ୟରେ ବୁଝାଇଥିଲେ । ଏ ଅବସରରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଏକ “ନିଶା ମୁକ୍ତ ଯୁବ ସମାଜ” ଗଠନ କରିବା ପାଇଁ ଶପଥ ପାଠ ମଧ୍ୟ କରିଥିଲେ । କାର୍ଯ୍ୟକ୍ରମର ଶେଷ ଭାଗରେ ପିଲା ମାନଙ୍କୁ ଏକ “ନିଶା ମୁକ୍ତ ଯୁବ ସମାଜ” ଗଠନ ନେଇ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବର ସଫଳତା ଦୃଷ୍ଟିରୁ ଅଧ୍ୟାପକ ଅନୀଲ କୁମାର ଗିରି, ଯୋଗେଶ୍ୱର ତୁଂ, ରାଧାନାଥ ଗିରି ଓ “ମାଇଁ ଭାରତ” ର ପ୍ରତିନିଧି ରାକେଶ ମହାନ୍ତ, ରାଜେଶ ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଭଜହରି ମାଝି, ନନ୍ଦ କିଶୋର ହେମ୍ବ୍ରମ, ରାମଦାସ ମାଝି, ସାଗରାମ ଟୁଡୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ



