ଓଡିଶା
କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ବିନୋଦ କୁମାର ସେନାପତିଙ୍କ ଦାୟିତ୍ୱ ଗ୍ରହଣ

କନ୍ଧମାଳ :୨୮/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ଶ୍ରୀ ବିନୋଦ କୁମାର ସେନାପତି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲା ପ୍ରଶାସନରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ, ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକଙ୍କ ଅଚାନକ ବଦଳି ପରେ ଏହି ପଦବୀ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ଶ୍ରୀ ପ୍ରବୀଣ କୁମାର ବଣୁଆ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଦାୟିତ୍ୱ ତୁଲାଇ ଆସୁଥିଲେ। ଶ୍ରୀ ବଣୁଆ ଏଥିସହ ଡୁଡା କନ୍ଧମାଳର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରୁଛନ୍ତି।
ଶ୍ରୀ ସେନାପତିଙ୍କ ନୂତନ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସାଧାରଣ ପ୍ରଶାସନିକ କାର୍ଯ୍ୟକଳାପ ଆହୁରି ସୁଦୃଢ଼ ହେବା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଆଶା ପ୍ରକାଶ ପାଇଛି।



