ଓଡିଶା

ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ 

ରାଇରଙ୍ଗପୁର, ୨୮\୧୧ \୨୬ (ଶ୍ଯାମଳେନ୍ଦୁ ପରିଡା)

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ ଅଭିଷେକ ପଟ୍ଟନାୟକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ବିଜୁ ଜନତା ଦଳ (ବିଜେଡି)ର ଏକ ପ୍ରତିନିଧି ଦଳ ରାଇରଙ୍ଗପୁର ଏସପି ସୁରେଶ ଚନ୍ଦ୍ର ପାତ୍ରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ଦିନ ଚେୟାରମ୍ୟାନ ଶ୍ରୀ ପଟ୍ଟନାୟକ କରଞ୍ଜିଆ ଥାନା ଅନ୍ତର୍ଗତ ଗଢ଼ସାହି ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ସେଠାରେ ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ଓ ପରେ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କିଛି ଦୁର୍ବୃତ୍ତ ତାଙ୍କୁ ଇଟାରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଏଭଳି ଅମାନୁଷିକ ଆକ୍ରମଣ ଘଟଣାକୁ ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କଠୋର ଦଣ୍ଡବିଧାନ କରିବାକୁ ପ୍ରତିନିଧି ଦଳ ଏସପିଙ୍କ ନିକଟରେ ଦାବି କରିଛନ୍ତି। ଦାବି ପ୍ରଦାନରେ ମୟୂରଭଞ୍ଜ (୨) ର ସଭାପତି ରାଇସେନ ମୁର୍ମି, ପୂର୍ବତନ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ପୂର୍ବତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ଉପଦେଷ୍ଠା ମନୁ ଚୌଧୁରୀ , ବରିଷ୍ଠ ଓକିଲ ପଙ୍କଜ ଦାସ, ଗୌରୀଶଙ୍କର ଦତ୍ତ, ଓକିଲ ସୁଶ୍ରୀ ମହାନ୍ତି, ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ରାଇରଙ୍ଗପୁର ପୌରପରିଷଦ ଉପାଧ୍ୟକ୍ଷ ମମିତା ଚୌଧୁରୀ , ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ପୂର୍ବତନ ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇ ମୁର୍ମୁ, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ଜିଲ୍ଲା ପରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡା, ତୁଙ୍ଗ ଯୁବନେତା ଦିପ୍ତିମାନ ବଳ, ନେତା ଗୁନୁ ମହାନ୍ତ, ଅଭିଷେକ ଗ୍ରାଫିକ୍ସ ପଟନାୟକ ଓ ଅନ୍ୟନ ବିଜେଡିର ପଦାଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

 

ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button