ଓଡିଶା

କାହ୍ନୁ ମୃତ୍ୟୁର ରହସ୍ୟ ଖୋଲିବ କେବେ ?

ଯାଜପୁର ଜିଲ୍ଲା ବଡଚଣା ଥାନା ନୂଆ ସୁଙ୍ଗୁଡା ଗ୍ରାମର ଗୌରାଙ୍ଗ ବିଶ୍ବାସ ଙ୍କ ପୁଅ କାହ୍ନୁଚରଣ ବିଶ୍ବାସ ଙ୍କ ମୃତ ଦେହ ଗତ ନଅ ଦିନ ହେବ ନୂଆ ସୁଙ୍ଗୁଡା ଗୋଲେଇ ଛକ ଷଣ୍ଢ ପ୍ରତିମୂର୍ତ୍ତି ନିକଟରେ ମିଳିଥିଲା |ଆଜି ଗଣ ପ୍ରତିନିଧି ମାନେ ତାଙ୍କ ବାପା ଙ୍କ ପ୍ରତିକ୍ରିୟା ନେଲାବେଳେ କହିଥିଲେ ମୋ ପୁଅକୁ କିଏ ମାରି ସେଠାରେ ଝୁଲେଇ ଦେଇଛି, ଏଥିପାଇଁ ମୁଁ ବଡଚଣା ଥାନାରେ ଅଭିଯୋଗ କରିଥିଲି | ଥାନା ଅଧିକାରୀ ମୋ ନିକଟକୁ ଆସି ପଚାରୁଛନ୍ତି ନାଁ ସଠିକ ତଦନ୍ତ କରୁଛନ୍ତି |ମୁଁ ଅନୁଭବ କରୁଛି ବଡ଼ବଡ଼ିଆ ଙ୍କ ଚାପ ରେ ତଦନ୍ତ ବାଟବଣା ହେଉଛି, ମୁଁ ଆପଣଙ୍କ ମାଧ୍ୟମରେ ପ୍ରଶାସନ କୁ ଜଣାଇବାକୁ ଚାହୁଞ୍ଚି ମୋତେ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଥାନା ଆଗରେ ଧାରଣା ଦେବି, ସେଠାରେ ଭାରତୀୟ ଜନତା ପାର୍ଟିର ଯାଜପୁର ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ମୃତ ପରିବାର ଙ୍କୁ ସମବେଦନା ଜଣାଇବା କୁ ଆସିଥିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ | ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ ଏହାର ସଠିକ୍ ତଦନ୍ତ ପାଇଁ ଏସପିଙ୍କ ସହ ଆଲୋଚନା କରିଥିଲି ଏସପି ଟ୍ରେନିଂ ରେ ଥିଲେ ବୋଲି କହିଥିଲେ ସ୍ଥାନୀୟ ଥାନା ଅଧିକାରୀ ସମସ୍ତ କଥା ଜାଣି କାହିଁକି ନୀରବ ରହିଛନ୍ତି, ସେ ବିଷୟରେ ତାଙ୍କ ସହିତ ଆଲୋଚନା କରିବି |ଶ୍ରୀମତୀ ପ୍ରଧାନ ଆହୁରି କହିଥିଲେ ତଦନ୍ତ ସଠିକ୍ ନହେଲେ ମୁଁ ଏହାର ତଦନ୍ତ ପାଇଁ ଉପଯୁକ୍ତ ପଦକ୍ଷେପ ନେବି |ସେଠାରେ ଗ୍ରାମର ବୁଦ୍ଧିଜୀବୀ,ମହିଳା ଓ ପଞ୍ଚାୟତ ର ନେତୃବୃନ୍ଦ ଉପସ୍ଥିତ ରହି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେ ତାହାର ଭେଣ୍ଡିଆ ପୁଅ କୁ ଯିଏ ମାରିଛି ଦୋଷୀ କୁ ଧରାଯାଉ ଓ ତା ପରିବାର କୁ ନ୍ୟାୟ ମିଳୁ ନହେଲେ ଆମେ ରାଜ ରାସ୍ତାକୁ ଓହ୍ଲାଇବୁ |

Related Articles

Leave a Reply

Your email address will not be published. Required fields are marked *

Back to top button