ଓଡିଶା

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- 2026 ଅନୁଷ୍ଠିତ 

ମିଳିଲା ୮ ଲକ୍ଷ ଟଙ୍କାର ଚେକ୍ 

ବାଲେଶ୍ବର ( ଦେବାଶିଷ ଦାଶ ) ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା ଯାତ୍ରା ପଡିଆ ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ବସ୍ତା ବ୍ଲକ ବି ଡି ଓ ମିହିର ରଞ୍ଜନ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା,ବିଶିଷ୍ଟ ଅତିଥି ତଥା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା,ମୁଖ୍ୟବକ୍ତା ଭାବେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସ୍ଵାଗତିକା ସାହୁ ,ସମ୍ମାନିତ ଅତିଥି ଭାବେ ବସ୍ତା ବ୍ଲକ ଅଧକ୍ଷା ଅଞ୍ଜଳି ଦାସ,ଜିଲ୍ଲା ପରିଷଦ ସୁଜାତା ଦଣ୍ଡପାଟ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉପରେ ସଚେତନା କରାଇବା ସହିତ ନୂତନ ପଦ୍ଧତି ସମ୍ପର୍କରେ ଆଲୋକପାତ କରାଇଥିଲେ। ବିଧାୟିକା ଶ୍ରୀମତୀ ଜେନା ନିଜେ ଜଣେ ଚାଷୀ ପରିବାର ର ଝିଅ ହିସାବରେ ନିଜର ଗାଈ ଚାଷ, ଛତୁ ଚାଷ, ଏବଂ ମାଛ ଚାଷ ରୁ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ନିଜେ ଉଦାହରଣ ଦେଇଥିଲେ. ସରକାର ଗ୍ରାମାଞ୍ଚଳ ରେ ଲୋକମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବାକୁ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ଲୋକମାନେ ଏହାର ସୁବିଧା ନେବାକୁ ମଂଚାସୀନ ଅତିଥି ମାନେ କହିଥିଲେ । ବିଶିଷ୍ଟ ଅତିଥି ଭାବେ ବିଭିନ୍ନ ବ୍ଲକ ର ବ୍ଲକ ପ୍ରାଣୀ ଚିକିତ୍ସକ ମାନେ ଯୋଗ ଦେଇ ପଶୁ ସମ୍ପଦ ଓ ମତ୍ସ୍ୟ ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମ ଦେଇ ସଚେତନ କରାଇଥିଲେ । ସରକାର ପ୍ରଥମେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ମେଳା ଆୟୋଜନ କରିଆସୁଥିବା ବେଳେ ଏବେ ବ୍ଲକ ସ୍ତରରେ ମେଳା କରି ଅଧିକ ରୁ ଅଧିକ ଲୋକଙ୍କୁ ସଚେତନ କରାଇ, ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି ବସ୍ତା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ । ବସ୍ତା ବ୍ଲକ ଗୋଷ୍ଠୀ ପ୍ରାଣୀ ବିଭାଗ ଅଧିକାରୀ ଡ:ଲଲାଟେନ୍ଦୁ କେଶରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ ରଞ୍ଜନ କୁମାର ଗିରି ଧନ୍ୟବାଦ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button