ଓଡିଶା

ଖଣ୍ଡହତା ସ୍ୱାମୀ ବିବେକାନନ୍ଦ ଆଦର୍ଶ ବିଦ୍ୟାଳୟରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର,୨୩/୧୧: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ଖଣ୍ଡହତାସ୍ଥିତ ସ୍ୱାମୀ ବିବେକାନନ୍ଦ ଆଦର୍ଶ ବିଦ୍ୟାଳୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

ଏହି ଅବସରରେ ମଦମୁକ୍ତି ଯୁବବାହିନୀର ଜିଲ୍ଲା ସଂଯୋଜକ ସୁଦାମ ଗାଈଗାରିଆ ନବବାବୁଙ୍କ ଜୀବନୀ, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ, ସମାଜ ସଂସ୍କାର ଓ ଜନସେବା ସମ୍ପର୍କରେ ଉପସ୍ଥାପନା କରିଥିଲେ। ଏଥିସହ ନିଶାନିବାରଣର ଆବଶ୍ୟକତା, ମଦ୍ୟପାନର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ନବବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଶିକ୍ଷକ ରାଧେଶ୍ୟାମ ପାଣ୍ଡେ, ସୁଭାଶିଷ ପ୍ରଧାନ, ଭବାନୀ ନାଏକ, ଦୀପା ପାତ୍ର, ରଞ୍ଜିତା ଧଳ, ଝରଣା ପ୍ରଧାନ ଓ ପୂଜା ପ୍ରଧାନଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button