ଓଡିଶା

କ୍ଷୀରଚୋରାରେ ଗରି ଗୋବର୍ଦ୍ଧନ ପୂଜା

ବାଲେଶ୍ବର ( ଦେବାଶିଷ ଦାଶ ) ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିରରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ଦ୍ୱାପର ଯୁଗରେ ଗୋପଲୀଳା ସମୟରେ ଗୋପବାସୀଙ୍କୁ ଇନ୍ଦ୍ରଙ୍କ କୋପରୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ କାଣି ଆଙ୍ଗୁଠିରେ ଉଠାଇ ଧରିବା ଦିନର ସ୍ମୃତି ଉଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଠାକୁରଙ୍କ ସମ୍ମୁଖରେ ଅନ୍ନ ଏବଂ ମନ୍ଦିର ପ୍ରାଙ୍ଗଣରେ ଗୋବରରେ ପର୍ବତାକୃତି କରାଯାଇଥିଲା । ସେଥିରେ ବିଭିନ୍ନ ଗଛବୃଛର ଡାଳ ପୋତାଯାଇ ବିଦ୍ଧବଦ୍ଧଭାବେ ପୂଜାର୍ଚ୍ଚନା କରାଯାଇଥିଲା । ଗୋପାଳକଙ୍କ ଦ୍ୱାରା ଅଣାଯାଇଥିବା ଗାଇକୁ ପୂଜାର୍ଚ୍ଚନା କରାଯିବା ପରେ ପ୍ରତିକାତ୍ମକ ପର୍ବତର ଚତୁଃ ପାର୍ଶ୍ଵରେ ପ୍ରଦକ୍ଷିଣ କରାଯାଇଥିଲା । ଘଣ୍ଟା, ଶଙ୍ଖ, ହୁଳହୁଳି ଏବଂ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ମନ୍ଦିର । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗୋବର୍ଦ୍ଧନ ପୂଜାରେ ସାମିଲ ହୋଇଥିଲେ । ପାରମ୍ପରିକ ଗିରି ଗୋବର୍ଦ୍ଧନ ପୂଜା ଶୃଙ୍ଖଳାର ସହ ସମାପନ ହୋଇଥିଲା । ଡେପୁଟି କଲେକ୍ଟର ଭତ୍ରୁହରି ଭୂୟାଁ, ଧର୍ମପତ୍ନୀ ତହସିଲଦାର ତଥା ମନ୍ଦିରର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀଣୀ ବର୍ଷା ପରିଡ଼ାଙ୍କ ତତ୍ତ୍ୱାବଧାନରେ କର୍ମଚାରୀ ମହେନ୍ଦ୍ର ମହାନ୍ତି ଏବଂ ଅନ୍ୟମାନେ ପରିଚାଳନା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button