ଗୁରୁଦାସପୁରରେ ବନ ବିଭାଗର ଚଢ଼ାଉ

ବାଲେଶ୍ବର ( ଦେବାଶିଷ ଦାଶ ) ଗୁରୁଦାସପୁରରେ ବନ ବିଭାଗର ଚଢ଼ାଉ ବେଆଇନ କାଠ ପରିବହନ ବେଳେ ଇଞ୍ଜିନ୍ ଚାଳିତ ଟ୍ରଲି ଜବତ, ଚାଳକ ଅଟକ ବେଆଇନ କାଠ ଚାଲାଣ ଉପରେ ଜଳେଶ୍ୱର ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ରେଞ୍ଜ ଅଫିସର ଶିଶିର କୁମାର ବେହେରାଙ୍କ ନେତୃତ୍ୱରେ ଗୁରୁଦାସପୁର ନିକଟରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ବିନା ବୈଧ ପରମିଟ୍ ଓ ଆବଶ୍ୟକୀୟ କାଗଜପତ୍ରରେ ଆମ୍ବ, ଅର୍ଜୁନ ଓ ପାଣିଗମ୍ଭାରୀ ପ୍ରଜାତିର ଗୋଲ୍ କାଠ ପରିବହନ କରୁଥିବା ଏକ ଇଞ୍ଜିନ୍ ଚାଳିତ ଟ୍ରଲି ରିକ୍ସାକୁ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ଗାଡ଼ି ଚାଳକ ଦେବେନ୍ଦ୍ର ଦାସ (୪୫), ପିତା ବନବିହାରୀ ଦାସ, ଗ୍ରାମ ଗୁରୁଦାସପୁର, ଥାନା ରାଇବଣିଆ, ଜିଲ୍ଲା ବାଲେଶ୍ୱରଙ୍କୁ ଅଟକ ରଖାଯାଇଛି।ଏନେଇ ଜଳେଶ୍ୱର ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ କେସ୍ ନମ୍ବର ୫୧JL/୨୦୨୬-୨୭ରେ ବନ ଅପରାଧ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ସହ ଆଇନଗତ ପଦକ୍ଷେପ ଜାରି ରହିଛି।ଏହି ଚଢ଼ାଉରେ ରେଞ୍ଜ ଅଫିସର ଶିଶିର କୁମାର ବେହେରା, ଫରେଷ୍ଟର ପ୍ରହଲ୍ଲାଦ ଚନ୍ଦ୍ର ନାୟକ, ଫରେଷ୍ଟ ଗାର୍ଡ ଅଭୟ କୁମାର ମଲ୍ଲିକ ଏବଂ ଜଳେଶ୍ୱର ରେଞ୍ଜ ସ୍କ୍ୱାଡ୍ର ସଦସ୍ୟମାନେ ସାମିଲ ଥିଲେ।


