ଓଡିଶା

ବାଲିଆପାଳରେ ଗ୍ୟାସ୍ ବିତରକଙ୍କ ମନମାନି

ବାଲେଶ୍ବର ( ଦେବାଶିଷ ଦାସ)

ଅନ୍‌ଲାଇନ୍ ପେମେଣ୍ଟ ନେଉନାହାନ୍ତି

ହୋମ ଡେଲିଭରି ବ୍ୟବସ୍ଥା ନାହିଁ

ଗ୍ରାହକ ହନ୍ତସନ୍ତ

ଡିଜିଟାଲ୍ ଇଣ୍ଡିଆ ଯୁଗରେ ଗ୍ୟାସ୍ ସେବା କ୍ଷେତ୍ରରେ ବାଲିଆପାଳର ଏଚପି ଗ୍ୟାସ୍‌ ବିତରକଙ୍କ କାର୍ଯ୍ୟଶୈଳୀକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନଲାଇନ୍ ପେମେଣ୍ଟ ଗ୍ରହଣ କରିବାରେ ଅନାଗ୍ରହ ପେମେଣ୍ଟ ଏବଂ ଗ୍ରାହକଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚାଇବାରେ ଅବହେଳା ଯୋଗୁଁ ଉପଭୋକ୍ତାମାନେ ନାନା ହଇରାଣର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଆଜି ମାନ୍ଧାତା ଅଂଚଳର ସୁପ୍ରିୟା ସାହୁ ନାମକ ଜନୈକ ମହିଳା ମୋବାଇଲ୍‌ରେ ଗ୍ୟାସ୍‌ ବୁକିଂ କରି ଦେଉଳାସ୍ଥିତ ଗୋଦାମକୁ ଗ୍ୟାସ୍ ନେବାକୁ ଆସିଥିଲେ | ଗୋଦାମରେ ପହଞ୍ଚି ଅନଲାଇନ୍ ରେ ଟଙ୍କା ଦେବାକୁ କହିବାରୁ ସେଠାରେ ଅନ୍‌ଲାଇନ୍‌ରେ ପେମେଣ୍ଟ ନେବାକୁ ମନା କରାଯାଇଥିଲା। ଏଥିସହ କେବଳ ବୁକିଂ କରାଯାଇଥିବା ନମ୍ବରରେ ହିଁ ପେମେଣ୍ଟ ସମ୍ଭବ ବୋଲି ଜଣେ କର୍ମଚାରୀ

କହିଥିଲେ | ମାତ୍ର ମହିଳା ଜଣଙ୍କ ବୁକିଂ କରିଥିବା ମୋବାଇଲ୍ କି ପେଡ୍ ମୋବାଇଲ୍ ହୋଇଥିବାରୁ ଅନ୍ୟ ଏକ ଏକ ନମ୍ବରରୁ ଟଙ୍କା ନେବାକୁ ଅନୁରୋଧ କରିଥିଲେ ମଧ୍ୟ କର୍ମଚାରୀ ଟଙ୍କା ନେଇନଥିଲେ | ଫଳରେ ରେ ତାଙ୍କୁ ପ୍ରବଳ ୫ କିମି ଦୂର ଘରକୁ ଯାଇ ଟଙ୍କା ବ୍ୟବସ୍ତା କରି ପୁନର୍ବାର ଆସି ଗ୍ୟାସ ନେବାକୁ ପଡ଼ିଥିଲା । ଏହିଭଳି ଢଙ୍ଗଟେ ପ୍ରତିଦିନ ଶହ ଶହ ଗ୍ରାହକ ହଇରାଣ ହେଉଛନ୍ତି। ଏନେଇ ବାଲିଆପାଳଯୋଗାଣଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏ ବାବଦରେ ଗ୍ୟାସ୍ ଏଜେନ୍‌ସି ମାଲିକ ଖଗେନ୍ଦ୍ର ନାଥ ସାମଲଙ୍କୁ ପଚାରିବାରୁ ଅନ୍‌ଲାଇନ୍‌ରେ ଟଙ୍କା ନେବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ସେହିପରି ହୋମ୍ ଡେଲିଭରି ସମ୍ପର୍କରେ ପଚାରିବାରୁ ରୁ ତାଙ୍କ ପାଖରେ ଏଥିପାଇଁ ବେତନ‌ଧାରୀ କର୍ମଚାରୀ ନଥିବା ବେଳେ ବେଳେ ୨୦ରୁ ଅଧିକ ଗ୍ୟାସ ବିତରକ ନିଜଆଡୁ ଗ୍ୟାସ୍ ବିତରଣ କରୁଥିବା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button