ଓଡିଶା

ମହିଳା ଟ୍ରାଫିକ କନେଷ୍ଟବଳ ଅଧିକାରୀଙ୍କ ବିରୋଧରେ କଲେ ଅଭିଯୋଗ

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ବର ଟ୍ରାଫିକ ଥାନାର ମହିଳା କନେଷ୍ଟବଳ ସ୍ନେହମଞ୍ଜରୀ ଲେଙ୍କାଙ୍କ ଅଭିଯୋଗ। ଛୁଟି ମିଳୁ ନଥିବା ନେଇ କୋହଭରା କଣ୍ଠରେ ଅଭିଯୋଗ କଲେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ। ଉପରିସ୍ଥ ଅଧିକାରୀ ମାନେ ନିଜ ପିଲାର ଜନ୍ମଦିନ ପାଳନ କରୁଛନ୍ତି ହେଲେ ଆମକୁ ମିଳୁନି ଛୁଟି। ଟ୍ରାଫିକ ମହିଳା କନେଷ୍ଟବଳ ସ୍ନେହମଞ୍ଜରୀ ଲେଙ୍କା ଙ୍କ ଛୋଟ ପିଲା ଅସୁସ୍ଥ ହେବାରୁ ସେ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ହେଲେ ଅସୁସ୍ଥ ପିଲାର ଯତ୍ନ ନେବା ପାଇଁ ସେ ଡାକ୍ତରଖାନା ଯାଇପାରୁ ନାହାନ୍ତି। କାରଣ ଉଚ୍ଚ ଅଧିକାରୀ ଛୁଟି ଦେଉନାହାନ୍ତି। ଛୁଟି ପାଇଁ ସେ ଏସପି ଙ୍କ ଠାରେ ମଧ୍ୟ ନିବେଦନ କରିଛନ୍ତି। ତଥାପି ତାଙ୍କୁ ଛୁଟି ପ୍ରଦାନ କରାଯାଇ ନଥିବା ସେ ଅଭିଯୋଗ

କରିଛନ୍ତି ।ଗତ ବୁଧବାର ସନ୍ଧ୍ୟାରେ କନେଷ୍ଟବଳ ଲେଙ୍କା ପୁଲିସ ଲାଇନ ଛକ ସ୍ଥିତ ଟ୍ରାଫିକ ଥାନା ପରିସରରେ ଥିଲାବେଳେ କୌଣସି ସୂତ୍ରରୁ ଖବର ପାଇ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ସେଠାରେ ପହଞ୍ଚି ଥିଲେ। ତାଙ୍କ ପାଖରେ କନେଷ୍ଟବଳ ଲେଙ୍କା କାନ୍ଦିକାନ୍ଦି କହିଥିଲେ, ଅଧିକାରୀ ତାଙ୍କ ପିଲାର ଜନ୍ମ ଦିନ ପାଳୁଛନ୍ତି। ହେଲେ ମୋ ପିଲା ଅସୁସ୍ଥ ହୋଇ ଡାକ୍ତରଖାନାରେ ଥିଲାବେଳେ ମୋତେ ଛୁଟି ଦେଉନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button