ଓଡିଶା

ବାତ୍ୟା ଆଶଙ୍କାରେ ଚଳିତ ମାସ ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ପ୍ରସ୍ତାବିତ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିବର୍ତ୍ତନ କରାଯାଇଛି 

ରାଇରଙ୍ଗପୁର : ୨୯\୧୦\୨୬ (ଶ୍ଯାମଳେନ୍ଦୁ ପରିଡା) ଚଳିତ ମାସ ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କର ପ୍ରସ୍ତାବିତ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମକୁ ବଦଳାଯାଇଛି। ସାମ୍ଭାବ୍ୟ ବାତ୍ୟାକୁ ନେଇ ୨୮ ଓ ୨୯ ଅକ୍ଟୋବର ପରିବର୍ତ୍ତେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସରକାରୀ ଭାବେ କୁହାଯାଇଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରାଯାଇଛି। ରାଷ୍ଟ୍ରପତି ଭବନରୁ ଚିଠି ଆସିଥିବା ଜଣାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

 

୧ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଶିବିର

 

ତେବେ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ମହତାବ ଭବନ ଓ ସଞ୍ଜୀବ ନେତ୍ରାଳୟରେ ବହୁ ବିଶେଷଜ୍ଞ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହେବାକୁ ଥିବା ଶିବିର ଆସନ୍ତା ୧ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି।ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ଆସିବେ । ନଭେମ୍ବର ୪ରେ ଦାଣ୍ଡବୋଷ ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚି ଅବତରଣ ପରେ ସଡ଼କ ପଥରେ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର ଅଭିମୁଖେ ବାହାରି ପୂଜା କରିବେ । ପରେ ମହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁରସ୍ଥିତ ରାଷ୍ଟ୍ରପତିଙ୍କ ଗୃହକୁ ଯିବା କାର୍ଯ୍ୟକ୍ରମ ରହିଛି ।

 

ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ ହୋମକୁ ଯିବେ । ନଭେମ୍ବର ୫ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପେ୍କ୍ସ ବିକାଶନଗର ଏବଂ ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସମେତ ଟାଉନହଲ୍ ଗସ୍ତ କାର୍ଯ୍ୟସୂଚୀ ରହିଛି । ଏହାପରେ ଦାଣ୍ଡବୋଷ ବିମାନବନ୍ଦର ଅଭିମୁଖେ ଫେରିବେ । ରାଷ୍ଟ୍ରପତିଙ୍କ କାରକେଡ୍‌ର ସୁଗମ ଓ ସୁରକ୍ଷିତ ଯାତାୟାତ ପାଇଁ ପ୍ରତ୍ୟେକ ରାସ୍ତାର ଦୂରତା, ଯାତ୍ରାରେ ଲାଗିବାକୁ ଥିବା ସମୟ ଏବଂ ରାସ୍ତାର ବାସ୍ତବ ସ୍ଥିତି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ସମ୍ପୁକ୍ତ ବିଭାଗ ପକ୍ଷରୁ ରାସ୍ତାଘାଟ, ଯାତାୟତ ଓ ସୁରକ୍ଷା ବ୍ଯବସ୍ଥାର ସମନ୍ବୟ ଉପରେ ଗୁରୁତ୍ବ ଦିଆଯାଇଛି l ଏହି କାର୍ଯ୍ଯକ୍ରମ ପାଇଁ ପ୍ରାୟ ୬୫ ପ୍ଲାଟୁନ ପୁଲିସ ନିୟୋଜିତ ହେବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ l

 

Related Articles

Leave a Reply

Your email address will not be published. Required fields are marked *

Back to top button