ଓଡିଶା

ଜାମଦା ଅଞ୍ଚଳରେ ଅଭାବନୀୟ ଘଟଣା ନେଇ ଏବିଭିପି ପକ୍ଷରୁ ଦାବୀପତ୍ର ପ୍ରଦାନ

ରାଇରଙ୍ଗପୁର: ୨୯\୧୦\୨୬(ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ରେ ଗତ ୨୭ ତାରିଖ ୪ ବର୍ଷ ର ଶିଶୁ କନ୍ଯା ସହିତ ଜନୈକ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଏହାପରେ ନାବାଳକକୁ ଜେଲ ହାଜତ କୁ ପଠାଯାଇଥିଲା ବେଳେ ପିଡିତା ଶିଶୁକନ୍ଯା କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଗଲା ପରେ ଉପଯୁକ୍ତ ଚିକିତ୍ସା ନିମନ୍ତେ ସୁଦୂର ବାପିପଦା ବଡ ଚିକିତ୍ସାଳୟକୁ ପଠାଯାଇଥିଲା l ସେଠାରେ ତାଙ୍କୁ ସୁଚାରୂରୂପେ ଚିକିତ୍ସିତ କରାଯାଉଛି l ଉକ୍ତ ପୀଡିତାଙ୍କ ଉଚିତ ନ୍ଯାୟ ଓ ରକ୍ଷଣାବେକ୍ଷଣ ଦାବୀ ନେଇ ଅଖିଳ ଭାରତୀୟ ବିଦ୍ଯାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆଜି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ଯାଳୟ ରାଇରଙ୍ଗପୁର ଠାରେ ସେମାନେ ପହଞ୍ଚି ଉପଜିଲ୍ଲାପାଳ ଉଗ୍ରସେନ ଓରାମଙ୍କୁ ଅଭିଯୁକ୍ତ ଙ୍କୁ କଠୋର ରୁ କଠୋରତର ଦଣ୍ଡବିଧାନ କରାଯିବା , ପୀଡିତାଙ୍କ ଆଶୁ ଆରୋଗ୍ଯ କାମନା ଏବଂ ଉପଯୁକ୍ତ ନ୍ଯାୟ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ଯକ୍ରମରେ ଏବିଭିପି ପକ୍ଷରୁ ରାଇରଙ୍ଗପୁର କଲେଜ ସଭାପତି ଇପସିତ କୁମାର ମହାନ୍ତ, ଉପସଭାପତି ମନିଷା ପୂର୍ତ୍ତୀ, ସମ୍ପାଦକ ଧନଞ୍ଜୟ ଦଳେଇ, ସହସମ୍ପାଦକ ଦୀପକ କୁମାର ମାଝୀ ତଥା ଅନ୍ଯମାନେ ଦେବାଶିଷ ଆଚାର୍ଯ୍ଯ, ତନ୍ମୟ ଗିରି, ଖୁସି ଗିରି, ଆକାଶ ନାଏକ, ଚନ୍ଦନ ସିଙ୍କୁ, ସୌସୁମୀ ଟୁଡୁ, ଶ୍ରୀମତୀ ବୁଲିଉଲି, ତ୍ରିଶା ରାମ, ଛବିନା ଗିରି, ପାର୍ବତୀ ମାଝୀ, ଲକ୍ଷ୍ମୀ ନାଏକ, ଆଶିଷ ମହାନ୍ତ, ରବି ଶଙ୍କର ମଣ୍ଡଳ, ହୁଡିଂ ସାମାଡ, ବୋଣ୍ଟୀ କୁମାର ମହାନ୍ତ ଓ ମନିଷ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ସେମାନେ ଜୋର ଦେଇ କହିଥିଲେ ଯେ, ରାଇରଙ୍ଗପୁର ରେ ପୁଲିସ ଜିଲ୍ଲା ହେବା ସତ୍ତ୍ବେ ରାଇରଙ୍ଗପୁର ସହରରେ ନ୍ଯାୟ ନିର୍ଯ୍ଯାତନା, ଦୁଷ୍କର୍ମ, ଅପରାଧ, ଚୋରି ଓ ଡକାୟତି ବଢିବାରେ ଲାଗିଛି l ପୋଲିସ ପ୍ରଶାସନ ଏଥିପ୍ରତି ସଜାଗ ହୁଅନ୍ତୁ l ଆଗାମୀ ଦିନରେ ଏଭଳି ନାରକୀୟ କାଣ୍ଡ ନ ହେଉ ବୋଲି କଡା ଚେତାବନୀ ଦେଇଥିଲେ l

 

 

Related Articles

Leave a Reply

Your email address will not be published. Required fields are marked *

Back to top button