ଦିଲ୍ଲୀପ କୁମାର ମହାନ୍ତ ରାଜ୍ୟ ଓଷ୍ଟା ସଙ୍ଘର ସହ ସମ୍ପାଦକ ଭାବେ ନିର୍ବାଚିତ

ରାଇରଙ୍ଗପୁର :- (ଶ୍ଯାମଳେନ୍ଦୁ ପରିଡା) ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ ଓଷ୍ଟା)ର ବିଭିନ୍ନ ପଦ ପଦବୀ ପାଇଁ ଢେଙ୍କାନାଳ ଠାରେ ଆୟୋଜିତ ନିର୍ବାଚନରେ ମୟୁରଭଞ୍ଜ (2) ଓଷ୍ଟାର ଦିଲ୍ଲୀପ କୁମାର ମହାନ୍ତ ରାଜ୍ୟ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତିI ଶ୍ରୀ ମହାନ୍ତ ଠାକୁରମୁଣ୍ଡା ବ୍ଲକର ଜଡି ବିଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତିIଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା (2)ଓଷ୍ଟାର ସଭାପତି ଦୁର୍ଯ୍ୟୋଧନ ବେହେରା, ସମ୍ପାଦକ ଭାଗ୍ୟବାନ ମହାନ୍ତ,କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ,ଯୁଗ୍ମ ସମ୍ପାଦକ ଡକ୍ଟର ରାଧାକାନ୍ତ ମହାରଣା,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁବଳ ଦାସ ମହାପାତ୍ର, ଉପ ସଭାପତି ଅଭିମନ୍ୟୁ ମହାନ୍ତ, ସତ୍ୟ ନାରାୟଣ ଭୋଳ, ବହଳଦା ବ୍ଲକ ସମ୍ପାଦକ ସ୍ମୃତି ରଞ୍ଜନ ପାଣି, ଶୈଳ ବାରିକ, ଲଳିତେନ୍ଦୁ ମହାନ୍ତ, ସୁରେନ୍ଦ୍ର ମହାନ୍ତଙ୍କ ସହିତ ବିଭିନ୍ନ ବ୍ଲକର ସଭାପତି ଓ ସମ୍ପାଦକ ପ୍ରମୁଖ ନୂତନ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ମହାନ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି I



